No Result
View All Result
୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ବିଜେଡି ବ୍ଲକ ଅଧକ୍ଷ ଲଷ୍ମୀ ନାରାୟଣ ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରା ପ୍ରମୁଖ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-T ସଚିବ ଭି. କେ. ପାଣ୍ଡିଆନଙ୍କୁ ଅନ୍ତରର କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସ୍ତାନୀୟ ଗ୍ରାମର ଚର୍ଚ୍ଚ ପୁନରୁଦ୍ଧାର ନିମନ୍ତେ ୨୦ଲକ୍ଷ ଟଙ୍କା ଅନୁଦାନ ଦେବାସହ ସ୍ତାନୀୟ ଦୁଇଟି ମନ୍ଦିର ନିର୍ମାଣ ନିମନ୍ତେ ୭ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିବାରୁ ଧନ୍ୟବାଦ ଦେବସହ ମୁଖ୍ୟମନ୍ତ୍ରୀ ଙ୍କ ମଙ୍ଗଳ କାମନା କରିଛନ୍ତି । ଏହା ସହ ବିଜେଡି ନେତା ଏବଂ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟ ଗୁଡିକ ଶୁଭ ଦେଇ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହା ସହ ସମସ୍ତ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।


No Result
View All Result