୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ରଥଯାତ୍ରା ଅବସରରେ ଆଜି ପ୍ରଭୁଙ୍କ ମତ୍ସ୍ୟ ଓ କଚ୍ଛପ୍ୟ ଅବତାରରେ ଅତ୍ୟନ୍ତ ଆକାଶଣ ଭାବେ ସାଜସଜ୍ଜା କରାଯାଇ ଭକ୍ତଙ୍କ ଉଦେଶ୍ୟରେ ଦର୍ଶନର ବ୍ୟବସ୍ଥା କରାଯାଇଛି । ଆଜିର ଏହି ପ୍ରଥମ ଅବତାରକୁ ଦର୍ଶନ ପାଇଁ ଆର, ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି ।
ଆଜି ଶ୍ରୀବଳଭଦ୍ରଙ୍କୁ କଚ୍ଛପ୍ୟ ଅବତାରରେ ଏବଂ ଶ୍ରୀଜଗନ୍ନାଥଙ୍କୁ ମତ୍ସ୍ୟ ଅବତାରରେ ସଜ୍ଜିତ କରାଯାଇ ଯଥା ଵିଧି ଓ ନିୟମ ଅନୁଯାଇ ପୂଜା ପାଠ ସମାପନ କରାଯାଇ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ରଥଯାତ୍ରାରେ ମତ୍ସ୍ୟ ଓ କଚ୍ଛପ୍ୟ ଅବତାର ଭଗବାନଙ୍କ ପ୍ରଥମ ଅବତାର ଅଟେ. ପ୍ରତେକ ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ ପାଇଁ ଆଖ ପାଖ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ଶାନ୍ତି ଶୃଙ୍ଖଳା ପାଇଁ ଏବଂ ସାଧାରଣଙ୍କ ସୁରକ୍ଷା ପାଇଁ ଆର, ଉଦୟଗିରି ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଛି ।














