• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଜମି ବିକ୍ରିକୁ କେନ୍ଦ୍ର କରି ଆତଙ୍କରାଜ : ଜମି ମାଫିଆ ଓ ଭଡାଟିଆ ଗୁଣ୍ଡାଙ୍କ ସମେତ ୯ ଗିରଫ

Proprietor Abhimanyu Maharana by Proprietor Abhimanyu Maharana
June 22, 2023
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ଜମି ବିକ୍ରିକୁ କେନ୍ଦ୍ର କରି ଆତଙ୍କରାଜ : ଜମି ମାଫିଆ ଓ ଭଡାଟିଆ ଗୁଣ୍ଡାଙ୍କ ସମେତ ୯ ଗିରଫ
Share on FacebookShare on TwitterWhatsapp

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଗଞ୍ଜାମ ପୋଲିସ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ଜମି ରେଜିଷ୍ଟ୍ରେସନକୁ କେନ୍ଦ୍ର କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜମି ମାଫିଆ ଓ ତାଙ୍କ କିଛି ଘନିଷ୍ଠ ସହଯୋଗୀ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଜମି ମାଲିକଙ୍କୁ ଭୟଭୀତ କରି ବିକ୍ରି ଦଲିଲରେ ଜୋର ଜବରଦସ୍ତ ସ୍ବାକ୍ଷର କରିବା ଉଦ୍ୟମ ଅସଫଳ ହେବା ପରେ ଘର କବାଟ ଭାଙ୍ଗିବା ଓ ଆକ୍ରମଣ କରିବା ଘଟଣା ଏବେ ଜମି ମାଫିଆ ଓ ତାଙ୍କ ପ୍ରାୟୋଜିତ ପୋଷାଗୁଣ୍ଡାଙ୍କ ପାଇଁ ମହଙ୍ଗା ପଡିଛି ।

ଏତଲାକୁ ଭିତ୍ତିକରି ପୋଲିସ ଜମି ମାଫିଆଙ୍କ ସମେତ ୯ ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ ହେଲେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ମନମୋହନ ଗୌଡ଼(ମିଟୁ)(୪୩),କେଳୁ ଚରଣ ପ୍ରଧାନ(୨୩),ପୋୖରାଞ୍ଚଳ ଦାସିଆ ମାର୍ଗର ଗୟା ଦାସ(୩୩), ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମର ସୁନୀଲ ସେଠି(୨୪), ଆଦିକନ୍ଦପୁର ଗ୍ରାମର ସୁନିଲ ମହାଙ୍କୁଡ(୨୦), ସିଙ୍ଗିପୁର ଗ୍ରାମର ଜିତେନ୍ଦ୍ର ଦୋରା (୨୧), ପୋଡାମାରି ଗ୍ରାମର ପିଣ୍ଟୁ ପ୍ରଧାନ (୨୭), ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ସାଗର ସାହୁ (୩୦) ଓ କେ. ବଜରଙ୍ଗୀ ପାତ୍ର (୨୫) । ଗିରଫ ଯୁବକ ମାନଙ୍କ ଠାରୁ ଗୋଟିଏ ଖଣ୍ଡା, ୨ଟି ବାଇକ୍ (ଓଡି୩୨ବି ୬୦୩୧ ଓ ଓଡି୦୭ଭି ୯୭୭୭) ସହିତ ଗୋଟିଏ କାର (ଓଡି୦୭ ଓ୍ବାଇ ୪୯୯୪)କୁ ପୁଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩ ଟି ପୃଥକ ମାମଲା ୪୩୫, ୪୩୬ ଓ ୪୩୭/୨୩ ରେ ମାମଲା ରୁଜୁ କରି ଗିରଫ ଯୁବକ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପୋଲିସ ସୂଚନା ଅନୁଯାୟୀ ସୋମପୁର ଗ୍ରାମର କୈଳାସ ଗୌଡ଼ ଓ ସୁମିତ୍ରା ଗୌଡ଼ଙ୍କ ମାଲିକାନାସତ୍ତ୍ୱରେ ଥିବା ଚାଷଜମିକୁ ନିଜ ନାଁ ରେ ରେଜିଷ୍ଟ୍ରେସନ କରିବାକୁ କେନ୍ଦ୍ର କରି ପ୍ଲଟ ବ୍ୟବସାୟୀ ମନମୋହନଙ୍କ ସହ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମତାନ୍ତର ଓ ବିବାଦ ସୃଷ୍ଟି ହୋଇଥିଲା ।

ଉକ୍ତ ଚାଷ ଜମିକୁ ନିଜ ଦଖଲକୁ ନେବା ପାଇଁ ଯୋଜନା କରି ସୋମବାର ଅପରାହ୍ନ ସମୟରେ ମନମୋହନ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଧମକ ଓ ଜୋର ଜବରଦସ୍ତ ଧମକ ଦେଇଥିଲେ ଏବଂ ସେମାନଙ୍କ ଜମି ରେଜିଷ୍ଟ୍ରେସନ ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ଯୁବକ ମାନେ ପିସ୍ତଲ, ଖଣ୍ଡା, କାତି, ଠେଙ୍ଗା ଓ ଶାବଳ ଧରି ଆତଙ୍କରାଜ ସୃଷ୍ଟି କରିଥିଲା ବୋଲି କହିଛନ୍ତି । ଫଳରେ ସେଠାରେ କିଛି ସମୟ ପାଇଁ ହାତାହାତି ହେବା ସହ ଏକ ଅପ୍ରୀତିକର ଓ ଉତ୍ତେଜନା ପୂର୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଗ୍ରାମର କିଛି ଯୁବକ ଏହାର ଦୃଢ଼ ପ୍ରତିବାଦ କରିବାରୁ ମନମୋହନ ଓ ସହଯୋଗୀ ଯୁବକ ଗୋଷ୍ଠୀ ସେମାନଙ୍କୁ ମାରିଦେବା ପାଇଁ ଉଦ୍ୟମ କରି ଘର କବାଟ ଭାଙ୍ଗିଥିଲେ । ଏଭଳି କିଛି ସମୟ ଧରି ଆତଙ୍କ ଜନିତ ପରିସ୍ଥିତି ଲାଗି ରହିଥିଲା । କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ସଂପୃକ୍ତ ଥିବା ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ପରେ ବିନୋଦ କୁମାର ଗୌଡ଼, ସୁମିତ୍ରା ଗୌଡ଼ ଓ ବିଷ୍ଣୁପ୍ପ୍ରିୟା ଗୌଡ଼ଙ୍କ ଏତଲା ଆଧାରରେ କେଶ ନଂ -୪୩୫/୨୩,୪୩୬/୨୩ ଓ ୪୩୭/୨୩ରେ ପୃଥକ ମାମଲା ରୁଜ୍ଜୁ କରିଛି ।

ଅନ୍ୟ ପକ୍ଷରେ ମନମୋହନଙ୍କ ପତ୍ନୀ ନିଶାମଣି ଗୌଡ଼ ପାଲଟା ଏତଲା ଦେଇଛନ୍ତି । ପୋଲିସ ୪୩୮/୨୩ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି । ଖବର ଲେଖାହେଲା ସୁଦ୍ଧା ପୋଲିସ ୯ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅସାମାଜିକ ଯୁବକ ମାନେ ଫେରାର ଥିବା ଜଣାପଡିଛି । ଆତଙ୍କରାଜ ଘଟଣାରେ ଏକ ନାମୀଦାମୀ କାର ଓ ବାଇକରେ ଯୁବ ଗୋଷ୍ଠୀ ଗ୍ରାମକୁ ଆସି ଏଭଳି କାଣ୍ଡ ଭିଆଇ ଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

September 24, 2026
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 24, 2026
ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

September 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

September 24, 2026
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version