No Result
View All Result
୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି,ଚିକିଟୀ :- ଚିକିଟୀ ଖେମୁଣ୍ଡୀ ହଳଦିଆ ତୈଳିକ ବୈଶ୍ୟ ସମାଜର ଦୀର୍ଘ ତିନିମାସ ଧରି ଚାଲିଥିବା ନିର୍ବାଚନ ପକ୍ରିୟା ଶେଷ ହୋଇ ସମସ୍ତ ଗ୍ରାମ୍ୟ ପରିଷଦ ର ନୂତନ କର୍ମକର୍ତ୍ତା ଗଠନ କରାଯାଇ ରବିବାର କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ 25 ଗୋଟି ଗ୍ରାମ୍ୟ ପରିଷଦର କର୍ମକର୍ତ୍ତା ମାନଙ୍କୁ ନେଇ କେନ୍ଦ୍ରୀୟ ପରିଷଦ ଓ ଆଞ୍ଚଳିକ ପରିଷଦ ର ନୂତନ କର୍ମକର୍ତ୍ତା ଚୟନ ଶେଷ ହୋଇଛି। ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦ ଅନ୍ତର୍ଗତ ଦେଉଳିଆପଡା କୋଠଘର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ପରିଷଦର ସମସ୍ତ ପୂର୍ବତନ କର୍ମକର୍ତ୍ତା ଯୋଗ ଦେଇ ସର୍ବପ୍ରଥମେ ଉକ୍ତ ପରିଷଦକୁ ଭଙ୍ଗ କରାଯାଇ କୈଳିକ ନିର୍ବାଚନୀ ନିୟମ ଅନୁଯାୟୀ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଧର୍ମା ସାହୁ,ଉପଦେଷ୍ଟା-ଶ୍ରୀ ଯୋଗୀ ସାହୁ, ସଭାପତି-ଶ୍ରୀ ଦଣ୍ଡାସି ସାହୁ, ଚାରି ଜଣ ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ,ସୁରେନ୍ଦ୍ର ନାଥ ସାହୁ,ଅଭିମନ୍ୟୁ ସାହୁ,
ପ୍ରଶାନ୍ତ ସାହୁ, ସମ୍ପାଦକ ଶ୍ରୀ ତ୍ରିପତି ସାହୁ, ଅଫିସ ସମ୍ପାଦକ ସୁଶାନ୍ତ ସାହୁ,ସଂଗଠନ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ସାହୁ, ମିଡିଆ ସେଲ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର ସାହୁ,ବେହେରା ଶ୍ରୀ ଅଲେଖ ସାହୁ ଓ ଶ୍ରୀ ବିପିନ ବିହାରୀ ସାହୁ।ସେହିପରି ଆଞ୍ଚଳିକ ସଭାପତି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ(ଚିକିଟୀ), ଶ୍ରୀ ଚନ୍ଦ୍ରଶେଖର ସାହୁ(ସାନଖେମୁଣ୍ଡି),ଶ୍ରୀ ବିପ୍ର ସାହୁ(ବଡ଼ଖେମୁଣ୍ଡି),ଶ୍ରୀ ଦଣ୍ଡ ସାହୁ(ପାଣ୍ଡିରୀ),ମୋନନୀତ ହୋଇ ଶପଥ ପାଠ କରିଥିଲେ।ନୂତନ ଭାବେ ଚୟନ ସମସ୍ତ କର୍ମକର୍ତ୍ତା ସମାଜକୁ ସଦୃଢ଼ କରିବା ସହ ଅଗ୍ରଣୀ ସମାଜର ପୂର୍ବ ସ୍ଥିତି ବଜାୟ ରଖିବାକୁ ମତବ୍ୟକ୍ତ କରିଥିଲେ।ଉକ୍ତ ଦିନର କାର୍ଯ୍ୟକ୍ରମ ଦେଉଳିଆପଡା ଗ୍ରାମ୍ୟ ସଭାପତି ଓ ସଭ୍ୟଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ସମାଜକୁ ନୂତନ ଦିଗଦର୍ଶନ ର ବାର୍ତ୍ତା ଦେଇ ସମ୍ପାଦକ ଧନ୍ୟବାଦ ଅର୍ପଣ କରି ଥିଲେ ତୈଳିକ ସମାଜର କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ ସଭାପତି-ଦଣ୍ଡାସି ସମ୍ପାଦକ-ତ୍ରିପତି ଅଧିକାରୀ ହେଲେ -ଧର୍ମା ସାହୁ


No Result
View All Result