୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରିରେ ଦିନ ତମାମ ପ୍ରବଳ ରାରା ସହକୁ ପ୍ରବଳ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡମ୍ବର ସହ ପାଳିତ ହୋଇଥିଲା । ପୂର୍ବ ନିର୍ଘଣ୍ଟା ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ଠାରେ ମଇଲମ, ତଡପଲାଗି ରୋଷ ହୋମ ଓ ଅବକାଶ ଅନୁଷ୍ଠିତ ହୋଇଥିଲା ।
ପୂର୍ବହ୍ନ ୮ଟାରୁ ୯ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳଧୂପ ଖେଚୁଡି ଭୋଗ କରାଯିବ ପରେ ରଥ ପ୍ରତିଷ୍ଠା ହୋଇଥିଲା । ଏହାପରେ ମଙ୍ଗଳାର୍ପଣ ୯.୩୦ରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀମଦନ ମୋହନଙ୍କର ପହଣ୍ଡି ବିଜେ କରି ରଥାରୁତ କରାଯାଇଥିଲା । ପରେ ଚିତାଲାଗି ଓ ବେଶଶେଷ ପରେ ରାଜପୁତ୍ର ଯୁବରାଜ ସୁନ୍ଦରରାୟ ପାତ୍ର ରଥରେ ଛେରା ପର୍ହରା କରିଥିଲେ ।
ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇଥିଲା । ଏହାପରେ ଉକ୍ତମାନେ ଉତ୍ସହର ସହ ହରିବୋଲ ହୁଳହୁଳି ପକାଇ ଠାକୁରଙ୍କ ରଥ ଟାଣି ମାଉସୀ ମାଆ ମନ୍ଦିର ନିକଟରେ ପହଞ୍ଚିଥିଲେ । ମନ୍ଦିର ପରିଚାଳନା କମିଟିର ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ, ମନ୍ଦିରର ପୂଜକ ଗୋଷ୍ଠୀ ଏବଂ ଜଗନ୍ନାଥ ଅର୍ଚକ ଯୁବକସଂଘ, ସଦସ୍ୟଗଣ, ରଥଯାତ୍ରା ପରିଚାଳନାରେ ସକ୍ରିୟ , ବିଶ୍ବହିନ୍ଦୁ ପରିଷଦ ସଭ୍ୟ, ବଜରଙ୍ଗ ଦଳ ସହଯୋଗ କରିଥିଲେ ।

ସେହିପରି ଜିଲ୍ଲାର ମୋହନା, ଚନ୍ଦ୍ରଗିରି, ରାମଗିରି, ତିତିସିଂ ଓ ରାୟଗଡା ଆଦି ଗ୍ରାମରେ ମଧ୍ୟ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ରଥଟଣା ପରେ ଅଞ୍ଚଳ ଲୋକଙ୍କ ପାଇଁ ରାତ୍ର ମହାଭାରତ ନାଟକ ପରିବସଣ ସହ ମିନାବଜାର ଓ ରାମଦୋଲିର ମଜାନେଥିଲେ ଅଞ୍ଚଳବାସୀ । ଶାନ୍ତି ସୁଙ୍କୁଳା ରକ୍ଷା କରିବା ସ୍ଥାନୀୟ ପୁଲିସ ଅଧିକାରୀ କର୍ମଚାରୀ ନିୟଜିତ କରିଥିଲା ତାହାସହ ସ୍ଥାନୀୟ ତହସିଲଦାର, ବିଡିଓ ଓ ସରପଞ୍ଚ ପରିଚାଳନା କରିଥିଲେ ।













