ଏହି ହସ୍ପିଟାଲରେ କାର୍ଯ୍ୟରତ ୪୦ ଜଣ ଠିକା ଶ୍ରମିକଙ୍କୁ ବିନା କାରଣରେ ବହିଃଷ୍କାର କରିବା ସମ୍ପୂର୍ଣ୍ଣ ଭାବରେ ବେଆଇନ୍ ବୋଲି ପ୍ରକାଶ କରିଛନ୍ତି । ଆପୋଲୋ ହସ୍ପିଟାଲର ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା ଏବଂ ନିନ୍ଦା କରି କହିଲେ ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘ ଆପୋଲୋ ହସ୍ପିଟାଲକୁ ଘେରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ଆପୋଲୋ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଥ୍ୟା ବିଲ୍ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଭାରତୀୟ ମଜଦୁର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
କେତେକ ବ୍ୟକ୍ତି ନକଲି ସାର୍ଟିଫିକେଟ ଦେଇ ଏଠାରେ ଚାକିରି କରୁଛନ୍ତି । ମହିଳା କର୍ମଚାରୀ ମାନଙ୍କୁ ଏଠାରେ ଯୌନ ନିର୍ଯାତନା ଦିଆଯାଉଛି । ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସାଧାରଣ ସମ୍ପାଦକଙ୍କୁ କାର୍ଯ୍ୟରେ ନିୟୋଜନ କରିବା ସହ ଆପୋଲୋ ହସ୍ପିଟାଲର ମହାଦୁର୍ନୀତି ସମ୍ପର୍କରେ ସି.ବି.ଆଇ. ଦ୍ୱାରା ଯାଞ୍ଚ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସାଧାରଣ ସମ୍ପାଦକ ପାର୍ଥ ସାରଥି ମହାନ୍ତି, ମନୋଜ ବସନ୍ତରାୟ , ମୁକ୍ତିକାନ୍ତ ସାହୁ , ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା , ଜ୍ୟୋତ୍ସ୍ନା ରାଣୀ ସିଂ , ଚଣ୍ଡୀ ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.