ଦୀପକ ଦାଶ, ଜିତେନ୍ଦ୍ର କୁମାର ରାଉତ, ଚିତରଞ୍ଜନ ବୋଇତାଇ, ଅସିତାନନ୍ଦ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଆଶୋକ ବାବୁ ଜଣେ କେବଳ ସାମ୍ବାଦିକ ନଥିଲେ ସେ ଏକ ଧାରାରେ ରାଜନେତା, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ସମଗ୍ର ବ୍ୟାସନଗର ଅଂଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ବିୟୋଗ ବାସ୍ତବରେ ବ୍ୟାସନଗର ପ୍ରେସ ଫୋମର ତଥା ସହର ପାଇଁ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।
ସଭା ପ୍ରାରମ୍ଭରେ ଅଶୋକ ବାବୁଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥ୍ ସହିତ ଶୋକସନ୍ତପ୍ତ ପରିବାରଙ୍କୁ ଜଗତରନାଥ ଜଗନ୍ନାଥ ଓ ମା’ ବିରଜା ଅଶେଷ ଧର୍ଯ୍ୟପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କୁଞ୍ଜବିହାରି ମହାନ୍ତି, ରୁଦ୍ରପ୍ରତାପ ପାଢୀ, ପ୍ରମୋଦକୁମାର ପାତ୍ର, ଆଶୁତୋଷ ମହାନ୍ତି, ପ୍ରହଲ୍ଲାଦ ଦେଓ, ସୁଶାନ୍ତ କୁମାର ଭୂୟାଁ, ପ୍ରକାଶ କୁମାର ସାହୁ, ସଞ୍ଜୟ ସରକାର, କେଶବ ମଲିକ ପ୍ରମୁଖ ଫୋମର ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

© 2023 Odisha Taza News.