• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିସିଓଡିଏଲ୍ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିବଦ୍ଧ

Proprietor Abhimanyu Maharana by Proprietor Abhimanyu Maharana
June 18, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଟିପିସିଓଡିଏଲ୍ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିବଦ୍ଧ
Share on FacebookShare on TwitterWhatsapp
  • ଡିସ୍‌କମ୍ ପକ୍ଷରୁ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି ରଥଯାତ୍ରା ପାଇଁ ୫୦୦ କର୍ମଚାରୀ ମୂତୟନ

୧୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର:- ଚଳିତ ବର୍ଷର ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି । ରଥଯାତ୍ରା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଭିତିଭୂମିରେ ଉନ୍ନତି ପାଇଁ ପ୍ରମୁଖ କାର୍ଯ୍ୟ କରାଯାଇଛି । ସମସ୍ତ ଭୂତଳ ୩୩ କେଭି ତାର ସଠିକ୍‌ ଥିବା ସୁନିଶ୍ଚିତ କରାଯାଇଛି ଯାହା ମୁଖ୍ୟ ରିଙ୍ଗ୍ ବ୍ୟବସ୍ଥା ଜରିଆରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସକ୍ଷମ କରିବ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଗ୍ରାଣ୍ଡ୍‌ ରୋଡ୍‌, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଫିଡର୍ ପିଲାର ବକ୍ସର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି । ସେହିପରି, ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶ୍ରମ ଶକ୍ତି ପରିଚାଳନାର ଅଂଶ ସ୍ୱରୂପ ୫୦୦ ଟିପିସିଓଡିଏଲ୍ କର୍ମଚାରୀ ଓ ବିଜନେସ୍‌ ଆସୋସିଏଟ୍‌ସଙ୍କୁ ମୂତୟନ କରାଯାଇଛି ।

ଉତମ ନିରୀକ୍ଷଣ ଓ ସମନ୍ୱୟ ପାଇଁ ପୁରୀ ଡିଭିଜନ୍‌ରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଟିପିସିଓଡିଏଲ୍‌ ଅଧିକାରୀଙ୍କୁ ପିଇଡି, ପୁରୀରେ ନିୟୋଜିତ କରାଯାଇଛି । ପୁରୀ ଡିଭିଜନ୍‌ର ମୋଟ ୩୫ ଜଣ ଟିପିସିଓଡିଏଲ୍ ଅଧିକାରୀଙ୍କ ସହିତ ବିଜନେସ ଆସୋସିଏଟ୍‌ସର ୧୫ ଜଣ ସୁପରଭାଇଜର୍‌ଙ୍କୁ ରଥଯାତ୍ରା ସମୟରେ ଉତ୍ସର୍ଗୀକୃତ ଭାବେ ମୂତୟନ କରାଯାଇଛି । ରଥଯାତ୍ରା ସମୟର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଦୃଢ଼ ରିଙ୍ଗ୍ ମୁଖ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏକ ୩୩ କେଭି ଭୂଳତ କେବୁଲ ଜରିଆରେ ତାଳବଣିଆ, ଶ୍ରୀରାମନଗର, କଚେରି, ବାଲିଆପଣ୍ଡା, ଚାରିନଳା, ଅଠରନଳା ଓ ସାମଙ୍ଗା ଭଳି ୭ ପ୍ରମୁଖ ସବଷ୍ଟେସନକୁ ଯୋଡ଼ାଯାଇଛି । ପୁରୀ ଡିଭିଜନ୍‌ର ଉତ୍ସର୍ଗୀକୃତ ଇଆଣ୍ଡ୍ ଏମ୍‌ଆର୍ ଟିମ୍ ୧୪ଟି ୩୩/୧୧ କେଭି ପ୍ରାଥମିକ ସବଷ୍ଟେସନର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି । ଏହି ସବ୍‌-ଷ୍ଟେସନଗୁଡ଼ିକ ରେଡୁନ୍‌ଡେନ୍ସି (ଏନ୍‌-୧) ମାନଦଣ୍ଡ ପୂରଣ କରୁଛନ୍ତି ଏବଂ ଦୁଇଟି ୧୩୨/୩୩ କେଭି ଗ୍ରିଡ୍ (ପୁରୀ ଓ ସାମୁକା) ଏବଂ ୨୨୦/୧୩୨/୩୩କେଭି ସମଗରା ଗ୍ରିଡ୍ ସହିତ ସଂଯୁକ୍ତ କରାଯାଇଛି । ଏହା ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଗ୍ରାଣ୍ଡ୍ ରୋଡ୍‌, ବେଳାଭୂମି ରାସ୍ତା, ସିଟି ରାସ୍ତା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବ ।

ସେହିପରି, ପରିଚାଳନା ଟିମ୍ ପକ୍ଷରୁ ପୁରୀ ସହରରେ ୩୨ଟି ୧୧ କେଭି ଫିଡର୍‌ର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି । ପୁରୀ ସହର ମଧ୍ୟରେ ବିଭିନ୍ନ ଅଂଚଳରେ ୧୨.୫ କିମି ଏବି କେବୁଲ୍ ଷ୍ଟ୍ରିଙ୍ଗ୍ ଶେଷ କରାଯାଇଥିବାଭଳି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ହୋଇଛି । ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପୁରୀ ସହରର ବିଭିନ୍ନ ବିପଦପୂର୍ଣ୍ଣ ଅଂଚଳରେ ୨୪ ଏଫ୍‌ଆର୍‌ପି (ଫାଇବର୍‌ ରିଇନ୍‌ଫୋର୍ସଡ୍ ପ୍ଲାଷ୍ଟିକ୍‌) ବାଡ଼ ଦିଆଯାଇଛି । ପୁରୀ ସହରରେ ସମସ୍ତ ୧୧କେଭି ଓ ୩୩ କେଭି ଆର୍‌ଏମ୍‌ୟୁ (ରିଙ୍ଗ୍ ମେନ୍‌ ୟୁନିଟ୍‌)ର ରକ୍ଷଣାବେକ୍ଷଣ କାର୍ଯ୍ୟ ଯଥାର୍ଥ ଭାବେ କରାଯାଇଛି । ଭୂତଳ କେବୁଲ ନେଟୱର୍କର ୨୪ ଘଂଟା ପେଟ୍ରୋଲିଂ କରାଯାଉଛି । ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ ଲିକେଜ୍‌କୁ ରୋକିବା ନିମନ୍ତେ ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ବିଦ୍ୟୁତ ଖୁଂଟ, ବଂଟନ ପଏଂଟ୍ ଓ ଫିଡର ପିଲର ବକ୍ସକୁ ଯାଂଚ ଓ ଠିକ୍ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version