No Result
View All Result
୧୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତର ସବୁଠୁ ପସନ୍ଦର ଫେସନ୍ ସ୍ଥଳ ଲାଇଫ୍ଷ୍ଟାଇଲ୍ ପକ୍ଷରୁ ସର୍ବବୃହତ ସେଲ୍ ଅଫ୍ ଦି ସିଜନ୍ ଘୋଷଣା କରାଯାଇଛି, ଯେଉଁଥିରେ ଫେସନ ପ୍ରେମୀ ଓ ଧାରା ସୃଷ୍ଟିକର୍ତାମାନେ ୫୦% ପର୍ଯ୍ୟନ୍ତ ରିହାତିରେ ନିଜର ପସନ୍ଦର ଷ୍ଟାଇଲ୍ ପୋଷାକକୁ କିଣିପାରିବେ । ଜାତୀୟ ଓ ଆନ୍ତର୍ଜାତିକ ଫେସନ ବ୍ରାଣ୍ଡ୍ର ବ୍ୟାପକ ଷ୍ଟାଇଲ୍କୁ ଅତୁଳନୀୟ ମୂଲ୍ୟରେ ଗ୍ରାହକମାନେ ଏହି ଅଫରରେ କିଣିବାର ସୁଯୋଗ ପାଇବେ । ଉତ୍କଷ୍ଟ ଫେସନ୍ ସାମଗ୍ରୀକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଲାଗି ଲାଇଫ୍ଷ୍ଟାଇଲ୍ର ପ୍ରତିବଦ୍ଧତା ତାହାକୁ ଫେସନ୍ପ୍ରେମୀଙ୍କ ପସନ୍ଦର ସ୍ଥଳରେ ପରିଣତ କରିଛି । ଲାଇଫ୍ଷ୍ଟାଇଲ୍ ସେଲ୍ରେ ପୋଷାକ, ଫୁଟ୍ଓୟାର, ହାଣ୍ଡ୍ବ୍ୟାଗ୍, ବିଉଟି ଉତ୍ପାଦ, ସନ୍ଗ୍ଲାସ୍, ଘଂଟା ଆଦିର ବ୍ୟାପକ ବର୍ଗମାଳାରେ ସଦ୍ୟତମ ଧାରାର ଉତ୍ପାଦ ରହିଛି ଯାହା ଲୋକମାନଙ୍କ ଫେସନ ଆବଶ୍ୟକତାକୁ ପୂରଣ କରିବ ।
କ୍ଲାସିକ୍ ଡିଜାଇନ୍ରୁ ସମସାମୟିକ ଷ୍ଟାଇଲ୍ ପର୍ଯ୍ୟନ୍ତ ଫେସନକୁ ନେଇ ଆଗକୁ ବଢ଼ୁଥିବା ପ୍ରତିଟି ଗ୍ରାହକଙ୍କ ପାଇଁ ଏହି ଅଫରରେ ଜିନିଷ ରହିଛି । ଲାଇଫ୍ଷ୍ଟାଇଲ୍ ସେଲ୍ରେ ଗ୍ରାହକ ମାନେ ଲିଭାଇସ୍, ପ୍ୟୁମା, ଲୁଇ ଫିଲିପ୍, ଜ୍ୟାକ୍ ଆଣ୍ଡ୍ ଜୋନ୍ସ, ଭାନ୍ ହୁସେନ୍, ୟୁନାଇଟେଡ୍ କଲର ଅଫ୍ ବେନେଟନ୍, ଟମି ହିଲଫିଗର, ବାଇବା, ଫସିଲ, ଜିଞ୍ଜଳ, କାପା, ଆଲେନ୍ ସୋଲି, ଭେରୋ ମୋଡା, ଟାଇଟାନ୍, ବୋସିନି, ମେଲାଞ୍ଜେ, ଗେସ୍, କ୍ୟାଟ୍ୱାକ୍, ବ୍ୟାଗିଟ୍, ମେବିଲାଇନ୍ ଓ ଆହୁରି ବହୁ ଶ୍ରେଷ୍ଠ ଫେସନ୍ ବ୍ରାଣ୍ଡ୍ ଉପରେ ଅତୁଳନୀୟ ଡିଲ୍ ପାଇପାରିବେ । ଏସ୍ବିଆଇ କାର୍ଡଧାରୀ ଗ୍ରାହକ ମାନେ ସର୍ବନିମ୍ନ ୭୫୦୦ ଟଙ୍କାର ସପିଂ କଲେ୍ ତତ୍କାଳ ୧୦% ରିହାତି ପାଇପାରିବେ । ପେଟିଏମ୍ ବ୍ୟବହାରକାରୀ ମାନେ ୨୯୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ୍ କଲେ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ପାଇପାରିବେ । ଏହି ଅଫର ୨୦୨୩ ଜୁନ୍ ୧୫ ଠାରୁ ଆରମ୍ଭ ହୋଈଥିବା ବେଳେ ସବୁ ଲାଇଫ୍ଷ୍ଟାଇଲ୍ ଷ୍ଟୋର୍, ଲାଇଷ୍ଟାଇଲ୍ ଷ୍ଟୋର୍ ଡଟ୍ କମ୍ ଓ କଂପାନିର ଆଣ୍ଡ୍ରଏଡ୍ ଓ ଆଇଫୋନ୍ ଆପ୍ରେ ଉପଲବ୍ଧ ହୋଇଛି ।
No Result
View All Result