୧୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ପାହାଳ ମଦନମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ଏକ ବୈଠକ ଜୟରଶାସନ ପଞ୍ଚବଟି ସ୍ଥିତ ବଟେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ବିପ୍ଳବ ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉତ୍କଳ ଯାଦବ ମହାସଂଘର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, କଟକ ଜିଲ୍ଲା ସଭାପତି ପ୍ରଦୀପ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।
ରାଜ୍ୟ ସରକାର ଦୁଗ୍ଧର ମୂଲ୍ୟ ବୃଦ୍ଧି କରିଥିବାରୁ ଛେନା ପନିରର ଦରବୃଦ୍ଧି କରାଯାଇଥିଲା । ଏହା ସହିତ ନୂତନ ସଭାପତି ଏବଂ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନୂତନ ସଭାପତି ଭାବେ ଆଡ଼ଭୋକେଟ ରାଜକିଶୋର ବଲ୍ଲଭ ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଚୟନ କରା ଯାଇଥିଲା ।
ଉପ ସଭାପତି ଭାବେ ବାବୁଲି ବେହେରା, ସଂପାଦକ ଭାବେ ବିପ୍ଳବ ଯାଦବ, ସହ ସଂପାଦକ ଭାବେ ରାମ ଚନ୍ଦ୍ର ଦାସଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଉପଦେଷ୍ଟା ଭାବେ ରାଧାକୃଷ୍ଣ ବେହେରାଙ୍କୁ ମନୋନୀତ କରାଯାଇଥିଲା ।
ମଦନମୋହନ ଦୁଗ୍ଧ ଜାତ ବ୍ୟବସାୟୀ ସଂଘର ନୂତନ ସଭାପତି ଆଡ଼ଭୋକେଟ ରାଜକିଶୋର ବଲ୍ଲଭ ବେହେରାଙ୍କୁ ପାହାଳ ବଜାରର ସମସ୍ତ ମିଠା ବ୍ୟବସାୟୀଙ୍କ ପକ୍ଷରୁ ଅକ୍ଷୟ କୁମାର ଲେଙ୍କା, ଶରତ ଚନ୍ଦ୍ର ବେହେରା, ଦୂଃଶାସନ ପ୍ରଧାନ, ରାଜ କିଶୋର ସାହୁ ପ୍ରମୁଖ ବ୍ୟବସାୟୀ ମାନେ ପୁଷ୍ପ ଗୁଛ ଉତ୍ତରୀ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।















