No Result
View All Result
୧୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମୋହନା :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେତେକ ଚୋରା ଗଞ୍ଜେଇ ମାଫିଆ ବ୍ୟବସାୟରେ ଲିପ୍ତ ରହି ଧରାପଡି ଥିଲେ ମଧ୍ୟ ପୋଲିସ ଆକ୍ଷୀରେ ଧୂଳିଦେଇ ଫେରାର ଥିବା ଚାରି ଜଣ ଆସାମୀ ଧରାଦେଇ ଥିବା ଦେଖିବାକୁ ମିଳିଛି।ଏହି ଚାରିଜଣ ଆସାମୀ ହେଲେ ସଞ୍ଜୟ ଶବର, ସୋମନାଥ ଶବର, ବିଶ୍ୱନାଥ ନାୟକ ଓ ବୃନ୍ଦାବନ ନାୟକ।ଏହି ଚାରି ଚୋରା ଚାଲାଣ କରିଥିବା ଗଞ୍ଜେଇ କେସ ରେ ଜଡିତ ରହି ଦୀର୍ଘ ଦିନ ହେଲାଣି ଫେରାର ଥିଲେ।ଏହି ଆସାମୀ ମାନଙ୍କ ବିରୁଦ୍ଧରେ କୋର୍ଟରୁ ୱାରେଣ୍ଟ ବାହାରିଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ଙ୍କୁ ଲଗାଇ ବାରମ୍ବାର ବିଭିନ୍ନ ସ୍ଥାନରେ ଖୋଜି ଆଜି ସେହି ଆସାମୀ ମାନଙ୍କୁ ଧରି କୋର୍ଟ ଚାଲାଣ କରିଥିବା ପ୍ରକାଶ ।



No Result
View All Result