• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୌନ ନିର୍ଯାତନା ଅଭିଯୋଗ କରି ମଦ୍ରାସା ରୁ ଖସି ଆସିଲେ ୨ ନାବାଳକ

Proprietor Abhimanyu Maharana by Proprietor Abhimanyu Maharana
June 15, 2023
in ଓଡ଼ିଶା, କଟକ, ହୋମ୍
0
ଯୌନ ନିର୍ଯାତନା ଅଭିଯୋଗ କରି ମଦ୍ରାସା ରୁ ଖସି ଆସିଲେ ୨ ନାବାଳକ
Share on FacebookShare on TwitterWhatsapp

ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ : ମଦ୍ରାସାରୁ ଖସିଆସିଲେ ୨ ନାବାଳକ ନିଆଳି ଓଡିଶା ତାଜା ନିଉଜୁ

୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ଅନ୍ତର ଗତ ନିଆଳି ଅଞ୍ଚଳର ଏକ ମଦ୍ରାସାରେ ଜଣେ ଶିକ୍ଷକଙ୍କ ଯୌନ ନିର୍ଯାତନା ଅସହ୍ୟ ହେବାରୁ ୨ ନାବାଳକ ରାତିରେ ଲୁଚି ପଳାଇଆସିବା ଘଟଣାକୁ ନେଇ ବାଲିପାଟଣା ଓ ନିଆଳି ଅଞ୍ଚଳ‌ରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଏବେ ନାବାଳକଦ୍ବୟ ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି) ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ରେ ଅଛନ୍ତି । ଏନେଇ ବାଲିପାଟଣା ଥାନାରେ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଥିବା‌ ସୂଚନା ମିଳିଛି । ନାବାଳକଦ୍ବୟ କେତେ ସତ କହୁଛନ୍ତି, ସେନେଇ ମଧ୍ୟ ସେମାନଙ୍କୁ ଚାଇଲ୍‌ଡ ଲାଇନ୍‌ରେ କାଉନ୍‌ସେଲିଂ କରାଯାଉଥିବା ସୂଚନା ମିଳିଛି ।

ବିହାର ଓ ଝାଡ଼ଖଣ୍ଡର ଏହି ନାବାଳକଦ୍ବୟଙ୍କ ଅଭିଭାବକଙ୍କୁ ଏନେଇ ଜଣାଇଦିଆଯାଇଛି ଏବଂ ସେମାନେ ଆସିବା ପରେ ତଦନ୍ତ ଆହୁରି ଜୋର୍‌ଦାର ହେବ ବୋଲି ଜଣାପଡ଼ିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ବାଲିପାଟଣା ଅପୂଜା ବଜାରରେ ଏହି ୨ ନାବାଳକ ଏକ ଅନ୍ଧାରିଆ ନିଛାଟିଆ ସ୍ଥାନରେ କାନ୍ଦୁଥିବା ଦେଖି କିଛି ଯୁବକ ସେମାନଙ୍କୁ ପଚରାଉଚରା କରିଥିଲେ । ସେମାନେ ବିହାର ଓ ଝାଡ଼ଖଣ୍ଡରୁ ଆସି ନିଆଳି ଅଞ୍ଚଳର ଏକ ମଦ୍ରାସାରେ ପଢ଼ୁଥିବା କହିଥିଲେ । କିନ୍ତୁ ଶିକ୍ଷକ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଏବଂ ବିରୋଧ କଲେ ପ୍ରବଳ ମାଡ଼ ମାରୁଥିଲେ ବୋଲି ସେମାନେ କାନ୍ଦି କାନ୍ଦି କହିଥିଲେ ।

ଏହା ଏକ ସଂଗିନ୍‌ ମାମଲା ହୋଇଥିବାରୁ ଦୁଇ ଜଣ ଯୁବକ ତୁରନ୍ତ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌କୁ ଖବର ଜଣାଇଥିଲେ । ରାତି ହୋଇଥିବାରୁ ଚାଇଲ୍‌ଡ ଲାଇନ୍‌ ସେମାନଙ୍କୁ ନିଜ ହେପାଜତରେ ରଖିବାକୁ ପରାମର୍ଶ ଦେଇଥିଲା ଏବଂ ଆଜି ସକାଳେ ହରପ୍ରିୟା ପତି ଓ ଅଜୟ କୁମାର ମହାରଣା ବାଲିପାଟଣା ଥାନା ପୁଲିସ ଉପସ୍ଥିତିରେ ନାବାଳକଦ୍ବୟଙ୍କୁ ଉକ୍ତ ଯୁବକମାନଙ୍କ ପାଖରୁ ନେଇଥିଲେ ଥାନାରେ ପ୍ରାଥମିକ କାର୍ଯ୍ୟକ୍ରମ ପରେ ନାବାଳକଦ୍ବୟଙ୍କୁ ଖୋର୍ଦ୍ଧା ସିଡବ୍ଲୁସିରେ ହାଜର କରାଯାଇଥିଲା । ସିଡବ୍ଲୁସି ନାବାଳକଦ୍ବୟଙ୍କୁ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେବା ସହ ବାଲିପାଟଣା ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ ନିଆଳି ଅଞ୍ଚଳର ଏହି ମଦ୍ରାସାରେ ବିହାର ଓ ଝାଡ଼ଖଣ୍ଡର ପ୍ରାୟ ୧୭ ପିଲା ପଢ଼ୁଛନ୍ତି । ଝାଡ଼ଖଣ୍ଡର ଜଣେ ଶିକ୍ଷକ ଏଠାରେ ପିଲାଙ୍କୁ ପଢ଼ାଉଛନ୍ତି । ପ୍ରାୟ ଦେଢ଼ ବର୍ଷ ତଳେ ବିହାର ଭାଗଲପୁର ଜିଲ୍ଲା ବିହାରୀକାନ୍ତ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳକ ଓ ଝାଡ଼ଖଣ୍ଡ ଗୋଡା ଜିଲ୍ଲା ମାଗାମା ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳକ ଏହି ମଦ୍ରାସାକୁ ଆସିଥିଲେ । ଗତକାଲି ଏହି ପିଲାଦ୍ବୟ ମଦ୍ରାସାରୁ ଲୁଚି ଚାଲିଆସିଥିଲେ ଏବଂ ଝାଡ଼ଖଣ୍ଡର ଶିକ୍ଷକଙ୍କ ନାଁରେ ସଂଗିନ୍‌ ଅଭିଯୋଗ କରିଛନ୍ତି । ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ନିଆଳି ଓ ବାଲିପାଟଣାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ନିରୀହ ଶିଶୁମାନଙ୍କୁ କୌଣସିପ୍ରକାର ନିର୍ଯାତନା ଦଣ୍ଡନୀୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ତେଣୁ ପୁଲିସ ପ୍ରକୃତ ତଦନ୍ତ କରିବାକୁ ସବୁ ମହଲରୁ ଦାବି କରାଯାଇଛି । ତେବେ ଏନେଇ ମଦ୍ରାସା ପକ୍ଷରୁ କୁହାଯାଇଛି ଯେ ଏଭଳି ଅଭିଯୋଗ ମିଛ । ପିଲାମାନେ ଭୁଲ କଲେ, ସେମାନଙ୍କୁ କେତେବେଳେ କେମିତି ମାଡ଼ ହୁଏ, ଏହା ସତ । କିନ୍ତୁ ଏହା ନିର୍ଯାତନା ନୁହେଁ । ଲୁଚିକି ପଳାଇଥିବା ପିଲାଦ୍ବୟ ଏଠାରେ ରହିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ପାଠପଢ଼ାରେ ସେମାନଙ୍କର ମନ ନଥିଲା । ବିଭିନ୍ନ ବାହାନା କରି ପଢ଼ୁନଥିଲେ । ତେଣୁ ମଦ୍ରାସାରୁ କେମିତି ହେଉ ଘରକୁ ପଳାଇବାକୁ ସେମାନେ ମିଛ କହୁଛନ୍ତି । ତେବେ ଏହା ର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ବିଭିନ୍ନ ମହଲ ରେ ଆଶା ପ୍ରକଟ ହୋଇଛି .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

Delhi hosts Workshop on Financial Freedom

August 26, 2026
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

August 26, 2026
ପୁଲିସ୍‌ର କପୋଳକଳ୍ପିତ ତଥ୍ୟ ଯୋଗୁଁ ପ୍ରକୃତ ମୃତକଙ୍କୁ ନ୍ୟାୟ ଦେବ କିଏ ?

ପୁଲିସ୍‌ର କପୋଳକଳ୍ପିତ ତଥ୍ୟ ଯୋଗୁଁ ପ୍ରକୃତ ମୃତକଙ୍କୁ ନ୍ୟାୟ ଦେବ କିଏ ?

August 26, 2026
ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

August 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

Delhi hosts Workshop on Financial Freedom

August 26, 2026
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

August 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version