• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୩ ଦିନରେ ପହଞ୍ଚିଲା ଗଜପତି ଜିଲ୍ଲା ଅମଲାଙ୍କ ଧାରଣା : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ  ଲୋଡ଼ିଲା ମିଳିତ ଅମଲା ମଞ୍ଚ

Proprietor Abhimanyu Maharana by Proprietor Abhimanyu Maharana
June 13, 2023
in ଓଡ଼ିଶା, ଗଜପତି, ହୋମ୍
0
୧୩ ଦିନରେ ପହଞ୍ଚିଲା ଗଜପତି ଜିଲ୍ଲା ଅମଲାଙ୍କ ଧାରଣା : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ  ଲୋଡ଼ିଲା ମିଳିତ ଅମଲା ମଞ୍ଚ
Share on FacebookShare on TwitterWhatsapp

୧୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ପାରଳାଖେମୁଣ୍ଡି :-  ଗତ ୧ ତାରିଖ ଠାରୁ ଗଜପତି ଜିଲ୍ଲାରେ ଅମଲା ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ ଧାରଣା ଆଜି 13 ଦିନରେ ପହଞ୍ଚିଛି. ଜିଲ୍ଲାର ସମସ୍ତ ଅମଲା ପାରଳାଖେମୁଣ୍ଡି ଠାରେ ଥିବା ବାଲାଜୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି. ବୈଠକରେ ପ୍ରାରମ୍ଭ ପୂର୍ବରୁ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ମନୋରଂଜନ ପଟ୍ଟନାୟକ ଅମଲା ମଞ୍ଚର ନେତାମାନଙ୍କୁ ମଞ୍ଚାସୀନ ପାଇଁ ଆମନ୍ତ୍ରଣ କରିଥିବା ବେଳେ ପ୍ରସାଦ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ମଞ୍ଚାସୀନ ଥିଲେ ସୁଶୀଳ କୁମାର ପାତ୍ର, ଶଶାଙ୍କ ଶତପଥି, ଶଙ୍କର ଲାଲ ସୋରେନ୍, ଡି.ଚାଲାପତି, କୁରୁମୁନାଥ ରଥ ପ୍ରମୁଖ ।   ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲା ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କ ଦାବି ପୂରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି  I

ଏଠାରେ ପ୍ରକାଶ କରାଯାଇପାରେ, ଶିକ୍ଷାଗତ ଯୋଗ୍ୟତା  ସ୍ନାତକ କୁ ଭିତ୍ତିକରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ୭ ମ ବେତନ କମିଶନ ଙ୍କ ସୁପାରିଶ ଅନୁଯାଇ ଲେଭେଲ ୯ ଅନୁଯାୟୀ ପ୍ରଦାନ କରାଯିବାକୁ ଏକମାତ୍ର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା l  ବିଭିନ୍ନ ମାଧ୍ୟମରେ ଯଥା ୩୦ ଗୋଟି ସାଙ୍ଗଠନିକ ଜିଲ୍ଲା ରୁ ସମ୍ପୃକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅମଲା ମାନଙ୍କ ଏକମାତ୍ର ଦାବୀକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଶ୍ୱସନା ନ ପାଇ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଏକ ୨୧ ଦିନିଆ ଚରମପତ୍ର ଗତ ମଇ ମାସ ୧ ତାରିଖରେ ପ୍ରଦାନ କରିଥିଲେ l ସେଥିରେ ମଇ ମାସ ୨୧ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବାକୁ ସମ୍ମାନୀୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଥିଲା l ନଚେତ ମଇ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ଯନ୍ତ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ  ଅମଲା କଳା ବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟ କରିବେ ଏବଂ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ସରକାର ଅମଲା ମାନଙ୍କର ଦାବି ପ୍ରତି ଉଦାସୀନତା ଦେଖାଇବେ,  ତେବେ ଜୁନ ମାସ ୧ ତାରିଖ ଠାରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟି ରେ ଯିବେ ବୋଲି ସରକାରଙ୍କୁ ଅବଗତ କରାଇଥିଲେ l  ଏହାସତ୍ତ୍ବେ ମଧ୍ୟ ସରକାରଙ୍କ ତରଫରୁ ଅମଲା ମାନଙ୍କ ଦାବୀ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନଥିଲା I

ଯାହାର ଫଳ ସ୍ୱରୂପ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଓଡିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଗତ ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି l ଏହା ମଧ୍ୟରେ ରାଜ୍ଯ ସରକାର ଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରି ନାହିଁ l ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ମିଳିତ ମଞ୍ଚର ପ୍ରତିନିଧି ଙ୍କ ସହିତ ଦାବୀ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା ୧୬୫୫୩ ତା    ୬.୬.୨୦୨୩ ରିଖରେ କର୍ମକର୍ତ୍ତା ଙ୍କୁ ଅବଗତ କରାଯାଇଥିଲା l ଏହି ବୈଠକ  ୭ ଜୁନ ୨୦୨୩ ଦିବା ୧୨.୪୫ ମିନିଟ କୁ ସମୟ ଧାର୍ଯ୍ୟ କରାଯାଇଥିଲା l ମିଳିତ ଅମଲା ମାନଙ୍କ ପ୍ରତିନିଧି ମାନେ ଧାର୍ଯ୍ୟ ସମୟରେ ପତ୍ର ଦିଆଯାଇଥିବା ସ୍ଥାନରେ ଉପସ୍ଥିତ ହୋଇ ବୈଠକରେ ଯୋଗ ଦେଇଥିଲେ l ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅମଲା ମାନଙ୍କ ଦାବୀ ସମ୍ପର୍କରେ କୌଣସି ପ୍ରକାର ଆଲୋଚନା କୁ ନ ଯାଇ ପ୍ରତିନିଧି ମାନଙ୍କୁ କେବଳ ଧମକ ଚମକ ଦେଇ ଭୟଭୀତ କରିଥିଲେ l

ଅମଲା ମାନଙ୍କ ପ୍ରତିନିଧି ମାନେ ମୁଖ୍ୟ ଶାସନ ସଚିବଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ l ଏହା ଅମଲା   ପ୍ରତିନିଧି ମାନଙ୍କ ମନରେ ଗଭୀର ଆଘାତ ଆଣିଥିଲା ଏବଂ ନିରାଶ ହୋଇ ସେମାନେ ବିନା କୌଣସି ଆଲୋଚନା ପ୍ରତିଶ୍ରୁତି ରେ ଫେରି ଆସିଥିଲେ l ଏହା ପ୍ରଘଟ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ଏତାଦୃଶ୍ୟ ମନୋଭାବ ବିରୁଦ୍ଧରେ ସାରା ଓଡିଶାରେ ଅମଲା ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆନ୍ଦୋଳନ କୁ ଜୋରଜାର କରାଯିବା ଏବଂ ଦାବି ପୂରଣ  ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବା ଉପରେ ସମସ୍ତ ୩୦ ଗୋଟି ଜିଲ୍ଳାରୁ ମତ ପ୍ରକାଶ ପାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରିବା ପାଇଁ ବହୁମତ ପ୍ରକାଶ ପାଇଥିଲା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି ।  ଅନ୍ୟପକ୍ଷରେ ଅମଲା ମାନଙ୍କ ଆନ୍ଦୋଳନ ପାଇଁ ଜିଲ୍ଲା ମାନଙ୍କରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l  ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ଏହି ବୈଠକରେ ଲିଗାଲ ସେଲ୍ ଓ ଭିକ୍ଟିମାଇଜ କମିଟି ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

October 13, 2026
ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

October 13, 2026
କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

October 12, 2026
ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

October 12, 2026

Recent News

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

October 13, 2026
ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

October 13, 2026
କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

October 12, 2026
ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

October 12, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

October 13, 2026
ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

October 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version