ଏହାସହ ନିରଞ୍ଜନ ତାଙ୍କର ପ୍ରଶିକ୍ଷକ ଶ୍ରୀଯୁକ୍ତ ରାମକୃଷ୍ଣ ବେଣିଆଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଯେ ପ୍ରଶିକ୍ଷକଙ୍କର ସହଯୋଗ ଏବଂ ପ୍ରଶିକ୍ଷଣ ତାଙ୍କୁ ଜାତୀୟ ସ୍ତରକୁ ଆଣିବାରେ ବହୁତ ଅବଦାନ ଅଛି ।ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ନିରଞ୍ଜନ ଆଙ୍କୁଲଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବା ସହ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭବିଷ୍ୟତରେ ନିରଞ୍ଜନଙ୍କର ଏହି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ହେଉ ବୋଲି କାମନା କରି ଜିଲ୍ଲା ଏବଂ ରାଜ୍ୟ ପାଇଁ ଏହା ଏକ ଗର୍ବ ବୋଲି ମତାମତ ଦେଇଥିଲେ।

© 2023 Odisha Taza News.