ସେହିଭଳି ପରା ବିଦ୍ୟା ଓ ଅପରା ବିଦ୍ୟା ମଧ୍ୟରେ । ଏହି ସଂଘର୍ଷ ଓ ସମନ୍ୱୟରୁ ସୃଷ୍ଟି ହୁଏ ଆଧ୍ୟାତ୍ମିକତାର ଭାବ, ଭାବନା ଓ ଚେତନା । ଓଡିଆମାନଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବହମାନ ଧାରା ଓ ଅଧ୍ୟାତ୍ମଭାବ । ଉନ୍ମୋଚିତ ପୁସ୍ତକ ସେହି ସାରସ୍ୱତ ଦର୍ଶନର ଦ୍ୟୋତକ ବୋଲି ରାଜ୍ୟପାଳ କହିଥିଲେ । “ସମାଜ”ର ସଂପାଦକ ନିରଞ୍ଜନ ରଥ ପୁସ୍ତକ ପ୍ରକାଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ କବିଙ୍କର ଗୌରବମୟ ସୃଜନ ଉପଲବ୍ଧି ସଂପର୍କରେ ଆଲୋଚନା କରିଥିଲେ ।
ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ ସାଧନା, ସିଦ୍ଧି, ଜୀବନ ଓ ସୃଜନ ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ବିଦ୍ୱାନ ଡ. ପ୍ରଫୁଲ କୁମାର ମିଶ୍ର ପ୍ରକାଶିତ କୃତିର ସମୀକ୍ଷା କରିବା ସହ ଓଡିଶାର ଏଭଳି କୃତି ବିଶ୍ୱ ସାରସ୍ୱତ ଦରବାରରେ ଆମ ପାଇଁ ବିଶେଷ ପରିଚୟ ଓ ପ୍ରତିଷ୍ଠା ଆଣିପାରିବ ବୋଲି ମତବ୍ୟକ୍ତ କରିଥିଲେ । “ପକ୍ଷୀଘର”ର ପ୍ରକାଶକ ବନୋଜ ତ୍ରିପାଠୀ ନିଜର ପ୍ରକାଶକୀୟ ବକ୍ତବ୍ୟରେ ପୁସ୍ତକ ଦୁଇଟି ସଂପର୍କରେ ନିଜର ଅଭିମତ ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ବହୁ ବିଦ୍ୱାନ ଓ ସାହିତ୍ୟିକ ଉପସ୍ଥିତ ଥିଲେ ।

© 2023 Odisha Taza News.