No Result
View All Result
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ କରଡାସିଂ ପଞ୍ଚାୟତ ର କ୍ରଷ୍ଣପୁର ଗ୍ରାମର ଜଣେ ବ୍ୟକ୍ତି କୃଷ୍ଣଚନ୍ଦ୍ର ଚନ୍ଦ୍ର ବିଶ୍ବାଳ,ବୟସ ଆନୁମାନିକ ୫୨ବର୍ଷ। କୁଲିକିମ କରି ପରିବାର ପୋଷଣ କରୁଥିଲେ। ବର୍ତମାନ ଗ୍ରୀଷ୍ମ ପ୍ରବାହ ର ଉତ୍ତାପ ଗରମରେ ଘର ଭିତରେ ଆଉଟ ପାଉଟ ଲାଗିବା ଯୋଗୁଁ ଏହି ଗ୍ରାମ ମାନଙ୍କରେ ଲୋକେ ବାହାରେ ଶୋଇ ଥାନ୍ତି। ହେଲେ ଗତ କାଲି ରାତିରେ ତଥା ଶନିବାର ମଧ୍ୟରାତ୍ରରେ କୃଷ୍ଣ ଚନ୍ଦ୍ର ବାହାରେ ଶୋଇ ଥିବି ପରିସ୍ଥିତି ରେ ଗୋଟିଏ ନାଗସାପ ଆସି କୃଷ୍ଣ ଚନ୍ଦ୍ର ବିଶ୍ବାଳ କୁ କାମୁଡି ଦେଲା, ସେହି ସମୟରେ ପ୍ରଘଡ ନିଦ ଯୋଗୁଁ ସାପ କାମୁଡାର ପ୍ରଭାବ ବାରି ନଥିଲା । କିଛି ସମୟ ପରେ ସାପ କାମୁଡାର ବିଷ ପ୍ରଭାବିତ ହୋଇ ବିଷ ଜରିବା ପରେ ଘର ଲୋକେ ଜାଣିପାରି ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଆଣି ଡାକ୍ତର ଦେଖାଇ ଟ୍ରିଟମେଣ୍ଟ ଆରମ୍ଭ କରିବା ସମୟରେ ପ୍ରାଣ ଚାଲିଗଲା ।
ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ଏବଂ ସକାଳ ତଥା ରବିବାର ଦିନ ୧୧ଘଣ୍ଟା ସମୟରେ ମୃତ୍ୟୁ ଦେହକୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟ ଶବ ବ୍ୟବଛେଦ କରି ନିଜ ପରିବାର କୁ ହସ୍ତାନ୍ତର କରିଥିଲେ । ଅତି ଦୁଃଖର ବିଷୟ ମୃତ କୃଷ୍ଣଚନ୍ଦ୍ର ଙ୍କ ଘରେ ତାଙ୍କର ସ୍ତ୍ରୀ ଆଉ ଦୁଇ ଝିଅ ଥିଲେ । କୃଷ୍ଣ ଚନ୍ଦ୍ର କୁଲିକାମ କରି ପରିବାର ପୋଷଣ କରୁଥିଲେ । ବର୍ତମାନ ଏହି ଅବସ୍ଥାରେ ସେମାନଙ୍କ ପିଲାମାନେ ଚଳିବା କଷ୍ଟ ତେଣୁ କୃଷ୍ଣ ଚନ୍ଦ୍ର ବିଶ୍ବାଳ ଙ୍କ ପରିବାର ବର୍ତମାନ ସମୟରେ ସରକାରୀ ସହାୟତା ଉପରେ ନିର୍ଭରଶୀଳ ବୋଲି ଅଞ୍ଚଳ ବାସିନ୍ଦା ଆଲୋଚନା କରୁଥିଲେ ।

No Result
View All Result