୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତ ଠାରେ ମେଟ୍ ସଭାପତି ଚରଣ ରଇତ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଛେଲାଗଡ଼ ସରପଞ୍ଚ ।ଡାଳିମ୍ବ ଗମାଙ୍ଗ, ଡ଼।ବରାଗୁଡ଼। ସରପଞ୍ଚ ଯିଖରୀୟ ର ଇତ,ସମିତି ସଭ୍ୟ ସାମୁଏଲ ଗମାଙ୍ଗ, ସୁଶ୍ରୀ ଶିବାନୀ ବେହରଦଳାଈ,ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶାଙ୍କ ଶେଖର ସୁବୁଦ୍ଧି, ଏପିଓ ଅକ୍ଷୟ କୁମାର ବିଶୋଇରତ୍ନ,ଏ,ଇ,ଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଗ୍ରାମ ରୋଜଗାର ସେବକ ନାରାୟଣ ଗୌଡ଼,ତଥା ଦୁଇ ଗୋଟି ପଞ୍ଚାୟତର ସମସ୍ତ ମେଟ୍ ଉପସ୍ଥିତ ଥିଲେ ।
ବୈଠକରେ ମୁଖ୍ୟ ଆଲୋଚନା ବିଷୟ ଥିଲା ଯେ ଆଗାମୀ ଦିନରେ କିଭଳି ଭାବରେ ମନରେଗା ଯୋଜନା ର କାମ ତ୍ୱରାନ୍ୱିତ ହୋଇପାରିବ ସେ ଉପରେ ଏ,ପି ଓ ମେଟ୍ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ତତ୍ ସହିତ ୨୧/୨୨ .୨୨/୨୩ ମସିହାର ସମସ୍ତ ମନରେଗା ବନ୍ଦ୍ ଥିବା କାମ ଶିଘ୍ର ଡିମାଣ୍ଡ୍ ଦେଇ କାମ ଆରମ୍ଭ କରିବା ପାଇଁ ମେଟ୍ ମାନଙ୍କ ସହ ଆଲୋଚନା କରିଛନ୍ତି।ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମସ୍ତ ମେଟ୍ ତଥା ସମସ୍ତ ପି,ଆର୍,ଆଇ ମେମ୍ବର ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଛନ୍ତି ।

© 2023 Odisha Taza News.