• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
May 31, 2023
in ଓଡ଼ିଶା, ମହାନଗର, ହୋମ୍
0
ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

‘ମମତା ଯୋଜନା’ରେ ବର୍ତ୍ତମାନ ସୁଦ୍ଧା ୨୭୧୧.୬୭ କୋଟିରୁ ଅଧିକ ଅର୍ଥରାଶି ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠାଯାଇଛି.

୨୦୦୦-୨୦୦୧ ବଜେଟ୍‌ରେ ବିଭାଗ ପାଇଁ ୩୭୬.୮୬ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ୩,୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି.

୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ବିଭାଗୀୟ ସଫଳତା ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଲେ ଯେ, ଓଡ଼ିଶା ସରକାରଙ୍କର ଅଭିନବ ଓ ଯୁଗାନ୍ତକାରୀ ଯୋଜନା “ମମତା’’ ୨୦୨୧ ମସିହାରେ କାର୍ଯ୍ୟକାରୀ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬.୮୨ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ହିତସାଧନ କରିପାରିଛି । ବର୍ତ୍ତମାନ ସୁଦ୍ଧା ୨୭୧୧.୬୭ କୋଟିରୁ ଅଧିକ ଅର୍ଥରାଶି ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠାଯାଇଛି । ଏହା ଗର୍ଭବତୀ ମହିଳା, ଶିଶୁ ଏବଂ ପ୍ରସୂତି ମା’ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସିଧାସଳଖ ସହାୟକ ହୋଇଛି ।

ସୁଶାସନର “୫-ଟି’’ର ମୂଳମନ୍ତ୍ରକୁ ଆଧାର କରି ମମତା ହିତାଧିକାରୀଙ୍କ ପଞ୍ଜିକରଣ ଏବଂ ସଠିକ୍‌ ସମୟରେ ପ୍ରାପ୍ୟ ରାଶି ପ୍ରଦାନ ପାଇଁ ଇ-ମମତା ୨.୦ ଏକ ମୋବାଇଲ ଆପ୍‌ ଆରମ୍ଭ କରାଯାଇଛି । ଏହାଦ୍ୱାରା ମମତା ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହଜ, ସ୍ୱଚ୍ଛ ଓ ସରଳ ହୋଇପାରିଛି । ଏହି ଆପ୍‌ ଦ୍ୱାରା ଆଧାର ନମ୍ବରର ଯାଞ୍ଚ, ଅର୍ଥରାଶି ପ୍ରଦାନ ବା ପଞ୍ଜିକରଣର ତୁରନ୍ତ ପରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ହିତାଧିକାରୀଙ୍କୁ ସୂଚନା ଦିଆଯାଉଛି । କୋଭିଡ-୧୯ରେ ମୃତୁ୍ୟବରଣ କରିଥିବା ପିତାମାତାଙ୍କ ଅନାଥ ପିଲାମାନଙ୍କ ପାଇଁ ଆଶୀର୍ବାଦ ଯୋଜନାରେ ବିଶେଷ ଯନି ନିଆଯାଉଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ୫୧,୧୩୦ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ସରକାରଙ୍କ ‘୫-ଟି’ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଶୀର୍ବାଦ ପୋର୍ଟାଲ ବ୍ୟବହାର କରି ସମଗ୍ର ପ୍ରକି୍ରୟାକୁ ଲୋକାଭିମୁଖୀ କରାଯାଇଛି । ଡିବିଟି ମାଧ୍ୟମରେ ମାସିକ ଭତ୍ତିରେ ଶିଶୁ/ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥରାଶି ସହାୟତା ପ୍ରଦାନ କରାଯାଉଅଛି । ଏନ୍‌ଏଫ୍‌ଏଚ୍‌ଏସ୍‌-୨ରୁ ଏନ୍‌ଏଫ୍‌ଏଚ୍‌ଏସ୍‌- ୫ ସର୍ଭେ ରିପୋର୍ଟରୁ ଜଣାପଡ଼ୁଛି ଯେ ଗତ ୨୦ ବର୍ଷ ମଧ୍ୟରେ ଶିଶୁମାନଙ୍କର ସାମଗି୍ରକ ପୁଷ୍ଟିସାଧନ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ୨୬,୩୭୫ରୁ ଅଧିକ ମମତା ହିତାଧିକାରୀଙ୍କ ସହ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କ ମତାମତ ନିଆଯାଇଛି । ୨୦୦୦-୨୦୦୧ ମସିହାରେ ବଜେଟ୍‌ରେ ବିଭାଗ ପାଇଁ ୩୭୬.୮୬ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ୩,୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।କାର୍ଯ୍ୟକ୍ରମ ବ୍ୟୟ ଅଟକଳ (ବଜେଟ୍‌)୨୦୦୦-୨୦୦୧ରେ ୨୭୨.୯୯ କୋଟି ଟଙ୍କା ଥିବାବେଳେ ଏବେ ତାହା ୩୬୪୧.୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି ସେବା ଯୋଜନାରେ ନୂତନ ପଦବୀ ସୃଷ୍ଟି କରାଯାଇଛି । ୧୦୮ଟି ନୂଆ ପଦବୀ ମଞ୍ଜୁର ହୋଇଛି । ସିଡିପିଓଙ୍କ ସ୍ତରରେ ୯୩ଟି ପଦବୀକୁ ପ୍ରୋଗ୍ରାମ ଅଫିସର ଭାବେ ନିଯୁକ୍ତି ଦିଆଯିବ । ଡିଏସ୍‌ଡବ୍ଲì୍ୟଓ ଆସିଷ୍ଟାଣ୍ଟ ଡାଇରେକଫର  ୟୁ ଏସ୍‌.ଏସ୍‌.କମ୍‌ – ଏସ୍‌ଡବ୍ଲì୍ୟଓର ୧୩ଟି ପଦବୀ ଓ ଉପନିର୍ଦ୍ଦେଶକ  ଉପସଚିବ ୨ଟି ପଦବୀ ସୃଷ୍ଟି କରାଯାଇଛି । ୨୦୧୧ ଏପି୍ରଲରେ ଏସ୍‌ଏନ୍‌ପିକୁ ବିକେନ୍ଦ୍ରୀକରଣ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାଦ୍ୱାରା ଠିକାଦାର ଏବଂ ଅନ୍ୟ ଯୋଗାଣକାରୀଙ୍କ ସମ୍ପୃକ୍ତି ଦୂର କରାଗଲା ।

ଏହି ବିକେନ୍ଦ୍ରୀକୃତ ବ୍ୟବସ୍ଥାରେ ରାଜ୍ୟର ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଟେକ୍‌ ହୋମ୍‌ ରାସନ(ଟିଏଚ୍‌ଆର୍‌) ଉତ୍ପାଦନ ଏବଂ ଯୋଗାଣରେ ଅନ୍ତର୍ଭୁକ୍ତ ହେଲେ । ଏହି ଯୋଜନାରେ ୩୦ଟି ଜିଲ୍ଲାର ୩୯.୧୯ ଲକ୍ଷ ହିତାଧିକାରୀଙ୍କୁ ଗରମ ରନ୍ଧା ଖାଦ୍ୟ ଓ ଟେକ୍‌ ହୋମ୍‌ ରାସନ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଟେକ୍‌ ହୋମ୍‌ ରାସନ ଉତ୍ପାଦନ ଏବଂ ଯୋଗାଣ ପାଇଁ ସମସ୍ତ ଜିଲ୍ଲାରେ ୫୪୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି । ଏହା ଦେଶର ସର୍ବବୃହତ୍‌ ଗୋଷ୍ଠୀ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ । ରାଜ୍ୟରେ ପ୍ରଦାନ କରାଯାଉଥିବା ଏସ୍‌ଏନ୍‌ପିର ପୁଷ୍ଟିକର ମାନଦଣ୍ଡ ଭାରତ ସରକାରଙ୍କ ମାନଦଣ୍ଡଠାରୁ ଅଧିକ । ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯିଏକି ୨୦୨୦-୨୧ ଆର୍ଥିକ ବର୍ଷରେ ପୋଷଣ ବଜେଟ୍‌ ପ୍ରସ୍ତୁତ କରିଛି । ଏହା ସହିତ ରାଜ୍ୟରେ ଶିଶୁ ନୀତି ମଧ୍ୟ ପ୍ରଣୟନ କରାଯାଇଛି ।

ସବୁଠାରୁ ଦୁର୍ବଳ ଲୋକଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ସହ ସାମାଜିକ ସମାନତା ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବାରେ ଏହା ରାଜ୍ୟକୁ ସକ୍ଷମ କରିଛି । ପିଲାମାନଙ୍କ ପାଇଁ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ସବୁଜ ପନିପରିବା, ସଜନା ଛୁଇଁ, ଅମୃତଭଣ୍ଡା ଇତ୍ୟାଦି ଉପଲବ୍ଧ କରାଇବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓଡ଼ିଶ ଜୀବିକା ମିଶନର ସହଯୋଗରେ ପ୍ରାୟ ୫୦ ହଜାର ନୁ୍ୟଟି୍ର-ବଗିଚା, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାମ୍‌ ପିଲାଙ୍କ ଘରେ ବିକଶିତ ହୋଇଛି । ଡିଏମ୍‌ଏଫ୍‌ ପାଣ୍ଠିରୁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପି୍ର-ସ୍କୁଲ ପିଲାଙ୍କୁ ମାଣ୍ଡିଆ ଲଡ଼ୁ ଯୋଗାଇ ଦିଆଯାଉଛି । ସେହିପରି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦୁଇଟି ବ୍ଲକ୍‌ରେ ବାଜରା ଭିତ୍ତିକ ଟିଏଚ୍‌ଆର୍‌ ଏବଂ ବାଜରା ଖିଚୁଡ଼ି ଯୋଗାଇ ଦିଆଯାଉଛି ।

ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ପିଲାମାନଙ୍କୁ (୭ ମାସରୁ ୩ ବର୍ଷ ପର୍ଯ୍ୟନ୍ତ) ଡିଏମ୍‌ଏଫ୍‌ ପାଣ୍ଠିରେ ସ୍ପିରୁଲିନା ଚିକି(ଏସ୍‌ଏନ୍‌ପିଠାରୁ ଅଧିକ) ଦିଆଯାଏ । ରାଜ୍ୟବ୍ୟାପୀ ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନଙ୍କୁ ଠିକ୍‌ ସମୟରେ ଭତ୍ତା ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ ଇ-ମାନଦେୟ ପୋର୍ଟାଲ ବିକଶିତ କରାଯାଇଛି । ଏହି ପୋର୍ଟାଲ କ୍ଷେତ୍ର କର୍ମକର୍ତ୍ତାମାନଙ୍କ ପାଇଁ ମଡୁ୍ୟଲକୁ ସୁବ୍ୟବସ୍ଥିତ ଏବଂ ସ୍ୱୟଂଚାଳିତ କରିବାରେ ସାହାଯ୍ୟ କରିଛି । ପୋର୍ଟାଲ ମାଧ୍ୟମରେ ଶତ ପ୍ରତିଶତ ଭତ୍ତା ପ୍ରଦାନ କରାଯାଉଛି । ଏପି୍ରଲ ୨୦୨୩ ସୁଦ୍ଧା ଏହି ପୋର୍ଟାଲ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାମାନଙ୍କ ଭତ୍ତା ବାବଦକୁ ୭୫୬.୯୦ କୋଟି ଟଙ୍କା ଏବଂ ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାମାନଙ୍କୁ ପୋଷଣ ଅଭିଯାନ ପ୍ରୋତ୍ସାହନ ବାବଦରେ ୫୪.୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛି ।୨୦୨୨ ନଭେମ୍ବର ମାସରୁ ରାଜ୍ୟର ସମସ୍ତ ଜିଲ୍ଲାରେ ପୂର୍ଣ୍ଣ ଆହାର ବା ଗୋଷ୍ଠୀ ଭିତ୍ତିକ କୁପୋଷଣକୁ ଦୂର କରିବା ପାଇଁ କାର୍ଯ୍ୟକାରୀ କରାଯାଉଛି । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସଫଳ ପରୀକ୍ଷଣ ପରେ ଏହି କାର୍ଯ୍ୟକ୍ରମକୁ ଦ୍ୱରାନ୍ୱିତ କରାଯାଇଥିଲା । ସାମ୍‌ ପିଲାମାନଙ୍କୁ ୧୧୨ ଦିନ ପାଇଁ ଅଗମେଣ୍ଟେଡ୍‌ ଟେକ୍‌ ହୋମ୍‌ ରାସନ ଏବଂ ପ୍ରତିଦିନ ଗୋଟିଏ ଅଣ୍ଡା ସହିତ ଆବଶ୍ୟକ ଔଷଧ ପ୍ରଦାନ କରାଯାଏ । ଏଟିଏଚ୍‌ଆର୍‌ ପ୍ରସ୍ତୁତି ଓ ଯୋଗାଣ ପାଇଁ ଜିଲ୍ଲାରେ ୩୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ଅଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୩୭,୬୯୨ ଜଣ ସାମ୍‌ ଶିଶୁ (୬ ମାସରୁ ୫ ବର୍ଷ) ନାମ ଲେଖାଇଛନ୍ତି । ୨୦,୩୫୯ ଜଣ ୧୧୨ ଦିନ ପୂରଣ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦,୮୨୬ ଜଣ ସୁସ୍ଥ ହୋଇ ୫୩.୧୭ ପ୍ରତିଶତ ସଫଳତା ହାସଲ କରିଛନ୍ତି ।

ବିଭାଗୀୟ କମିଶନର ତଥା ଶାସନ ସଚିବ ବିଭାଗର ଉପଲବ୍ଧି ଓ ବିଭାଗକୁ ମିଳିଥିବା ପୁରସ୍କାର ଓ ପ୍ରଶଂସା ସମ୍ପର୍କରେ ପାୱାର ପଏଣ୍ଟ ଯୋଗେ ଦର୍ଶାଇ କହିଲେ ଯେ,‘୫-ଟି’ ଲକ୍ଷ୍ୟ ଅଧୀନରେ ବିଭାଗ ସୋପାନ ଏବଂ ପୂର୍ଣ୍ଣ ଆହାର ମାଧ୍ୟମରେ ପୋଷଣକୁ ସୁଦୃଢ଼ କରିବା, ଗାଇଡଲାଇନରେ ନିୟମିତ ସଂଶୋଧନ ସହିତ େୱବ୍‌ ଆଧାରିତ ମମତା ଏମ୍‌ଆଇଏସ୍‌ ଏବଂ ମୋବାଇଲ ଆପ୍ଲିକେସନ ପ୍ରବର୍ତ୍ତନ କରିବା, ଏଲପିଜି ସଂଯୋଗ, ମୋ-ଉପକାରୀ ବଗିଚା ଏବଂ ବିଜୁଳି ସଂଯୋଗ ସହିତ ସକି୍ରୟ ଅଙ୍ଗନବାଡ଼ି ଗଠନ, ଟିଏଚ୍‌ଆର୍‌କୁ ଶୃଙ୍ଖଳିତ କରିବା ପାଇଁ ମୋ-ଛତୁଆ ଆପ୍‌ କାର୍ଯ୍ୟକାରୀ,ଛତୁଆର ଉପାଦାନର ମିଶ୍ରଣ ଏବଂ ଟିଏଚ୍‌ଆର୍‌ ବଣ୍ଟନ ପାଇଁ ନିର୍ଦ୍ଧାରିତ ଦିନ ପଦ୍ଧତି, ସ୍ୱଚ୍ଛତା ପାଇଁ ଅଙ୍ଗନବାଡ଼ି କର୍ମୀ ସହାୟିକାମାନଙ୍କର ନିୟୋଜନ ପାଇଁ େୱବ୍‌ ପୋର୍ଟାଲ, ଅଙ୍ଗନବାଡ଼ି କର୍ମୀ ସହାୟିକାମାନଙ୍କୁ ଠିକ୍‌ ସମୟରେ ଭତ୍ତା ଏବଂ ପ୍ରୋତ୍ସାହନ ପ୍ରଦାନ ପାଇଁ ଇ-ମାନଦେୟ ପୋର୍ଟାଲ,

ସିସିଆଇ ପିଲାଙ୍କ ପାଇଁ ଉନ୍ନତ ଶିକ୍ଷା ସୁଯୋଗ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ନାମଲେଖା ଏବଂ ଅନ୍ୟାନ୍ୟ ଯୋଜନା ସହିତ ସଂଯୋଗ,ଶିଶୁ ଯନି ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ମୋ-ଶିଶୁ ପୋର୍ଟାଲ ଏବଂ ସିଷ୍ଟମ୍‌ ରି-ଇଞ୍ଜିନିୟରିଂ, ଶିଶୁ କଲ୍ୟାଣ ଯୋଜନା ଯଥା ଆଶୀର୍ବାଦ, ବିଜୁ ଶିଶୁ ସୁରକ୍ଷା ଯୋଜନା, ସିସିଆଇରେ ସୁବିଧା, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିରେ ଓଏସ୍‌ଡବ୍ଲì୍ୟଏଏସ୍‌ର ପ୍ରଚଳନ ଆଦି କାର୍ଯ୍ୟକୁ ମହିଳା ଓ ଶିଶୁ ବିକାଶ ବିଭାଗ ସଫଳତାର ସହ କାର୍ଯ୍ୟକାରୀ କରିଛି । ଏନ୍‌ଏଫ୍‌ଏଚ୍‌ଏସ୍‌ – ୫ ରେ କମ୍ପୋଜିଟ୍‌ ଆଇୱାଇସିଏଫ୍‌ ସୂଚକାଙ୍କରେ ଓଡ଼ିଶା ଦେଶର ଏକ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାରେ ପି୍ର-ସ୍କୁଲ ହିତାଧିକାରୀଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି ।

ଓଡ଼ିଶାରେ କାର୍ଯ୍ୟକ୍ଷମ ନଥିବା ଅଙ୍ଗନବାଡ଼ି- ଆକାଉଣ୍ଟେବିଲିଟି ଇନିସିଏଟିଭ୍‌, ୨୦୧୯ର ଅନୁପାତ ସବୁଠାରୁ କମ୍‌ ଥିଲା । ଆଇଏଫ୍‌ପିଆରଆଇ ଅନେକ ଦେଶ ଏବଂ ଭାରତର ୨୮ଟି ରାଜ୍ୟର ଅଗ୍ରଗତି ଉପରେ ଅଧ୍ୟୟନ କରି ଓଡ଼ିଶାକୁ ‘ନୁ୍ୟଟି୍ରସନ୍‌ ଚମ୍ପିୟନ’ ଭାବେ ଚିହ୍ନଟ କରିଛି । ଖାଦ୍ୟ ନିରାପତ୍ତା, ଶିଶୁ ପୋଷଣ ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଅଗ୍ରଗତି ଜାରି ରଖିଛି ଏବଂ ଏହାକୁ ‘ଅଗ୍ରଣୀ’ ରାଜ୍ୟ ଭାବେ ବିବେଚନା କରାଯାଉଛି-ଜଚ୍ଚା-ବଚ୍ଚା ସର୍ଭେ, ଜୁନ୍‌ ୨୦୧୯ । ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନୁଯାୟୀ, ପୁଷ୍ଟିହୀନତା ହ୍ରାସରେ ରାୟଗଡ଼ା ଚତୁର୍ଥ ସ୍ଥାନରେ ରହିଛି (ଡିପ୍‌ ଡାଇଭ୍‌ ରିପୋର୍ଟ, ନୀତି ଆୟୋଗ,୨୦୨୨) ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଗTUକ୍ତTଔକ୍ତଐ ଦ୍ରୁତ ଗତିରେ ହ୍ରାସ ପାଉଛି । (ଔnଛiଚ୍ଚଟଞ୍ଛenଛ.ଞ୍ଚrଜ୍ଜ) ଦେଶରେ ଅଙ୍ଗନବାଡ଼ି ପିଲାଙ୍କ ସର୍ବାଧିକ ନାମଲେଖା (ଏଏସ୍‌ଇଆର ରିପୋର୍ଟ ୨୦୨୨) ବିଭାଗର ପ୍ରୟାସକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି ।

ନୀତି ଆୟୋଗ ମତବ୍ୟକ୍ତ କରିଛି ଯେ, କ୍ରେଚ୍‌ର କଳିକା ମଡେଲ ଏବଂ କେନ୍ଦୁଝର ଜିଲ୍ଲାର ଆଇସିଡିଏସ୍‌ରେ ମାଣ୍ଡିଆକୁ ସାମିଲ କରିବା ଏକ ଭଲ ଅଭ୍ୟାସ । ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ଖାଦ୍ୟ ବିବିଧତାରେ ଉନ୍ନତି ଆଣିବା ପାଇଁ ମୋ ଉପକାରୀ ବଗିଚା ଏକ ଉତ୍ତମ ପ୍ରୟାସ । ଟେକ୍‌ ହୋମ୍‌ ରାସନ ଉତ୍ପାଦନ ଓ ବିତରଣର ଓଡ଼ିଶାର ବିକେନ୍ଦ୍ରୀକୃତ ମଡେଲ ବୋଲିି ଆୟୋଗ କହିଛି । ପୁଷ୍ଟି ସାଧନ ନିମିତ୍ତ ସ୍ୱତନ୍ତ୍ର ବଜେଟ୍‌ ଡକୁ୍ୟମେଣ୍ଟ ପ୍ରସ୍ତୁତ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଉଦାହରଣ ସୃଷ୍ଟି କରିଛି (ଓଆର୍‌ଏପ୍‌ ସ୍ପେଶାଲ ରିପୋର୍ଟ, ଡିସେମ୍ବର, ୨୦୨୦) । ବିଭିନ୍ନ କାରଣରୁ ଧନୀ ରାଜ୍ୟ ତୁଳନାରେ ଓଡ଼ିଶା ଅପପୁଷ୍ଟି ହ୍ରାସ କରିବାରେ ଅଧିକ ଦୃଢ଼ ପ୍ରଦର୍ଶନ କରିଛି । ଉଦାହରଣ ସ୍ୱରୂପ, ‘ପୋଷଣ-ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡ଼ିକର କଭରେଜର ସମ୍ପ୍ରସାରଣ ଦୃଢ଼ ହୋଇଛି’(ଆଇଏଫ୍‌ଟିଆରଆଇ) ।

ଜୀବନ ସମ୍ପର୍କ କାର୍ଯ୍ୟକ୍ରମ ଯୋଗୁଁ ୧୨ଟି ଜିଲ୍ଲାରେ ପି.ଭି.ଟି.ଜି. ଦ୍ୱାରା ପୋଷଣ ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ୟୁନିସେଫ୍‌ର ସ୍ୱୀକୃତି ଲାଭ କରିଛି । ୟୁନିସେଫ୍‌ର ବ୍ୟାଙ୍କକ ସମ୍ମିଳନୀରେ ଅଦ୍ୱିକାର ବ୍ୟାପକ କାର୍ଯ୍ୟକ୍ରମକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ସ୍କଚ୍‌ ପୁରସ୍କାର ଅଧୀନରେ ଘରେ ଘରେ ଅରୁଣିମାକୁ ପ୍ଲାଟିନମ୍‌, ନିର୍ଭୟା କଢ଼ୀ ମାଧ୍ୟମରେ ବାଲ୍ୟ ବିବାହ ମୁକ୍ତ ଗାଁ ପଦକ୍ଷେପକୁ ସ୍ୱର୍ଣ୍ଣ, ବିଶେଷ ଯନି ନେଉଥିବା ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନାକୁ ସ୍ୱର୍ଣ୍ଣ, ମୋ ଛତୁଆକୁ ସ୍ୱର୍ଣ୍ଣ, ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ଓ ୧୦ଟି ଆଦିବାସୀ ଭାଷାରେ “ନୂଆ ଅରୁଣିମା’’ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026

Recent News

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version