ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଡ. ସାହୁ ଆହ୍ୱାନ ଦେଇଥିଲେ । ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ଅନେକ ବିକାଶ ମୁଳକ କାର୍ୟ୍ୟ ହୋଇଛି । ଯାହା କିଛି ବାକି ଅଛି ସମସ୍ତ କାର୍ୟ୍ୟ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ଡ.ସାହୁ ବକ୍ତବ୍ୟ ରଖିଥିଲେ । ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଆଜିଠାରୁ ଶପଥ ନେଇ ଦଳ ପାଇଁ କାର୍ଯ୍ୟ କରିବା, ଯାହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତିଶାଳୀ କରିବା ବୋଲି କହିଥିଲେ ।
ଉକ୍ତ କାର୍ୟ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିନିଧି, ପୂର୍ବତନ ସରପଞ୍ଚ ଅଶୋକ କୁମାର ପରିଡ଼ା ଓ ବିଜେଡିର ବହୁ ପୁରୁଖା କର୍ମୀ ଯୋଗ ଦେଇଥିଲେ । ଉକ୍ତ କର୍ମୀ ସମିଳନୀରେ ବହୁ ସମାଗମ ହୋଇଥିଲା ।ଗଙ୍ଗାଧର ପଣ୍ଡା ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି, ନୟାଗଡ଼

© 2023 Odisha Taza News.