ନୂଆଗଡ଼ ବ୍ଲକକୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥ ଠିକ ମାର୍ଗରେ ଖର୍ଚ୍ଚ ହେଉଛି କି ନାହିଁ ଏବଂ ତାହାର ସୁଫଳ ଲୋକଙ୍କ ନିକଟରେ ଯେପରି ପହଞ୍ଚିବ ତାହାର ତଦାରଖ କରିବା ନିମନ୍ତେ କର୍ମୀ ସମ୍ମିଳନୀରେ ସ୍ଥିର ହୋଇଥିଲା । ଏହା ସହ ଦଳୀୟ କର୍ମୀ ଗାଁ ଗାଁ ବୁଲି ଦଳର ପ୍ରଚାର ସହ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଯେପରି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କୁ ବୁଝାଇବାକୁ ବୈଠକରେ ସ୍ଥିର ହୋଇଥିଲା l ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ସମସ୍ତ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଥିଲେ ଯେ ନୂଆଗଡ ବ୍ଲକ୍କରେ ବିଜେଡି ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ କହିଥିଲେ ଏହି କର୍ମୀ ସମ୍ମିଳନୀରେ ନୂଆଗଡ ବ୍ଲକର ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଉପସ୍ଥିତି ଥିଲେ .

© 2023 Odisha Taza News.