No Result
View All Result
୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ବାଣପୁର ପୈାରାଞ୍ଚଳ ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଶନିବାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ନଈରେ ସ୍ନାନ କରୁଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ଚକ୍ରପାଣି ନାୟକ (୫୫) । ଶନିବାର ଅପରାହ୍ଣରେ ଚକ୍ରପାଣି ଶାଳିଆ ନଈକୁ ସ୍ନାନ ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଚକ୍ରପାଣି ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଛବି ନଦୀକୁ ଯାଇ ଦେଖିଲା ବେଳେକୁ ଚକ୍ରପାଣିଙ୍କ ଚେତା ଶୂନ୍ୟ ଶରୀର ପାଣିରେ ଭାସୁଥିଲା । ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ଚକ୍ରପାଣିଙ୍କୁ ନଈରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନଦୀରେ ଅସାବଧାନତା ବଶତଃ ଗୋଡ଼ ଖସି ଚକ୍ରପାଣି ବୁଡ଼ିଯାଇଥିବେ ବୋଲି ପରିବାରବର୍ଗ ସନ୍ଦେହ କରୁଛନ୍ତି । ଏ ନେଇ ବାଣପୁର ପୁଲିସ ୭/୨୩ ନମ୍ବରରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ସୂଚନା ଥାଉକି ଚକ୍ରପାଣି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସ୍ଥାନୀୟ କୁମାରାଙ୍ଗ ଛକରେ ସେ ଏକ ଛୋଟ ପାନ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ତାଙ୍କର ଅକାଳ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟକୁ ହରାଇ ପରିବାର ଲୋକେ ହତାଶ ହୋଇପଡିଛନ୍ତି ।

No Result
View All Result