No Result
View All Result
୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ମାର୍ଗଦର୍ଶନ ରେ ଡିଜିଟାଲ ପ୍ଲାଟଫର୍ମ ରେ ସଂଗଠନକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଡିଜିଟାଲ ପ୍ଲାଟଫର୍ମ ରେ କ୍ରିୟାଶୀଳ ହେବାପାଇଁ ସମସ୍ତ ଯୁବ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ।
ଏହି ବୈଠକକୁ ସଭାପତିତ୍ବ କରିବା ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟେମକେଶ ରାୟ କହିଥିଲେ କି” ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ସର୍ବାଙ୍ଗୀନ ବିକାଶର ବ୍ୟାପକ ପ୍ରଚାର ପ୍ରସାର କରାଯିବା ସହ ଆଗାମୀ ଦିନ ରେ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର କୁ ଦୃଢ ପ୍ରତିହତ କରାଯିବ । ଏହି ବୈଠକ ରେ ବିଜେଡି ରାଜ୍ୟ ଡିଜିଟାଲ ମୁଖ୍ୟ ଶ୍ରୀ ସ୍ୱୟଂ ପ୍ରକାଶ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି,ଜିଲ୍ଲା ଓ ବ୍ଲକ ଡିଜିଟାଲ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result