ଦେଇ ଚମ୍ପେଶ୍ୱର ବଜାରରେ ପହଞ୍ଚି ଥିଲେ । ସେଠାରେ ପ୍ରଭୁ ଚମ୍ପାନାଥଙ୍କୁ ଦର୍ଶନ କରି ଏକଡାଳ ରାସ୍ତାରେ ଯାଇ ମହାନଦୀ ବ୍ରିଜ ପାରିହୋଇ ସିଧାମୂଳାରେ ପହଞ୍ଚି ଥିଲେ । ସେଠାରେ ଚା ଖଟିର ସକ୍ରିୟ ସଦସ୍ୟ ଟିଟନ ସାହୁ ଏବଂ ତାଙ୍କ ଗ୍ରାମର ଯୁବକ ମାନେ ସକାଳ ଚା ଖଟିର ସଦସ୍ୟଙ୍କୁ ସ୍ୱାଗତ କରିବା ସହିତ ଦହି ପଣା ପିଇବାକୁ ଦେଇଥିଲେ । ପଣା ପିଇ ସାରିବା ପରେ ଚା ଖଟିର ସଦସ୍ୟ ମାନେ ସିଧାମୂଳା ଗୋକୁଳାନନ୍ଦ ପୀଠରେ ପହଞିଥିଲେ ।
ସେଠାରେ ପହଂଚି ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ମହାନଦୀରେ ସ୍ନାନ କରିବା ସହିତ ଅନୁଷ୍ଠାନର ସଦସ୍ୟ ବଲ୍ଲଭ କୁମାର ଜେନାଙ୍କ ବିବାହ ବାର୍ଷିକ ପାଇଁ ମହାନଦୀର ବାଲୁକା ଶଜ୍ୟାରେ କେକ କାଟି ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ । ପରେପରେ ଭୋଜି ଭାତର ଆସର ଜମିଥିଲା । ଭେଜିଭାତ ଖାଇସାରିବା ପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ସଦସ୍ୟ ନାଚ ଗୀତରେ ମଜିଯାଇଥିଲେ ।
ଅପରାହ୍ନ ୪ଟାରେ ସଦସ୍ୟମାନେ ସିଧାମୂଳା ଗୋକୁଳାନନ୍ଦ ପୀଠରୁ ଫୁଲନଖରା ପ୍ରତ୍ୟାବର୍ତ୍ତନ କରିବା ସମୟରେ ବଡ଼ମ୍ବାରର ଟି ସେତୁ ହୋଇ ସିଂଘନାଥଙ୍କ ପୀଠ ଦର୍ଶନ କରି ବାଙ୍କୀ ହୋଇ ଫୁଲନଖରା ଫେରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ଅତିରିକ୍ତ ଏସପି ଅତିଥି ଭାବେ ଯୋଗ ଦେଇଥିଲେ । କାନନ ବିହାରୀ ନାୟକ, ଟୁନା ଜେନା, ବାବାଜୀ ସାହୁ,
ବିନୟ କୁମାର ଜେନା, ମନୋରଞ୍ଜନ ମହାନ୍ତି, ସୁଧୀର ପଟ୍ଟନାୟକ, ହେମନ୍ତ କୁମାର ସାହୁ, ସୁଶିଲ ମହାନ୍ତି, ଅନିଲ କୁମାର ମହାନ୍ତି, ବଲ୍ଲଭ କୁମାର ଜେନା ,କୃଷ୍ଣ ଚନ୍ଦ୍ର ଭୋଇ , ଝରିଆ ସାହୁ, ବୈକୁଣ୍ଠ ମହାନ୍ତି, ଅଜି, ହେମନ୍ତ ପଟ୍ଟନାୟକ ପ୍ରମୁଖ ସଦସ୍ୟ ମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

© 2023 Odisha Taza News.