୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିଆଳି :- କଟକ ଜିଲ୍ଲା ଅଧିନସ୍ଥ କଣ୍ଟାପଡ଼ା ତହସିଲରେ ୨୪ଜଣ କର୍ମଚାରୀଙ୍କ ପରିବର୍ତେ ୫ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି । ଏହି ତହସିଲ ର ବିଭିନ୍ନ ବିହାଗ ରେ ଆଡ଼ିସନାଲ ତହସିଲ ଦାର ଙ୍କ ସମେତ ୧୯ ଜଣ କର୍ମଚରୀ ଅଭାବ ଯୋଗୁଁ ଲୋକ ମାନେ ସେବା କାର୍ଯ୍ୟ ନ ପାଇଁ ନିରାଶ ରେ ଫେରିବାକୁ ପଡୁଛି ବୋଲି ଅଭିଯୋଗ ।
କଣ୍ଟାପଡ଼ା ତହସିଲରେ ୨୧ଟି ବିଭାଗ ରହିଛି ସେଥି ମଧ୍ୟରୁ କ୍ରିମିନାଲ ,ଡ଼ିମାର ଗେଶନ୍ ,ଇନକ୍ଲୋଜ ମେଣ୍ଟ, ମିସଲାନସ୍ ସଟିଫିକେଟ, ରେକଡ଼ରୁମ୍ ,ସମେତ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ରେ କର୍ମଚାରୀଙ୍କ ଅଭାବ ଘଟିଛି । ବର୍ତମାନ ପିଲାମାନଙ୍କ ପାଠ ପଢିବା ପାଇଁ ବିଭିନ୍ନ ସାଟିଫିକେଟ ଆବଶ୍ୟକ ପଡ଼ୁଥିବା ବେଳେ ଏହି ସବୁ ସାଟିଫିକେଟ ପିଲାମାନେ ପାଇଁ ପାରୁନାହାନ୍ତି
ସେମାନେ କିପରି ପଢ଼ିବେ ଚିନ୍ତା ପ୍ରକଟ କିରିଛନ୍ତି ଆଡ଼ିସନାଲ ତହସିଲ ଦାର୍ ଗତ ୫ ମାସ ହେବ ବଦଳି ହେବ ପରଠାରୁ ଏଠାରେ କେହିନାହାନ୍ତି । ଜଣେ ମାତ୍ର ତହସିଲଦାର ରହିଥିବାରୁ ସେ ବିଭିନ୍ନ କାର୍ଯ୍ଯ ରେ ବାହାରକୁ ଚାଲି ଯାଉଛନ୍ତି ଜରୁରୀ କାଳୀନ ସେବା କାର୍ଯ୍ୟ ନ ହୋଇ ପରି ଅଫିସ ରେ ଦରଖାସ୍ତ ଗୁଡ଼ିକ ଗଦା ଗଦା ଫାଇଲ ପଡ଼ିରହିଛି ।
କାର୍ଯ ନ ପାଇଁ ଲୋକେ ଧାଁଧପଡ଼ ହୋଇ ଫେରୁଛନ୍ତି । ସ୍ଥାନୀୟ ବିଧୟକଙ୍କ ଅସହ ଯୋଗୁଁ କର୍ମ ଚାରୀଙ୍କ ନିଯୁକ୍ତିରେ ବିଳମ୍ବ ଘଟିଛି ବୋଲି ଆଞ୍ଚଳ ବାସୀଙ୍କ ପକ୍ଷରୁ କୁହାଯାଉଛି ତୁରନ୍ତ ଏହି ନିଯୁକ୍ତି କରାଯାଉ ବୋଲି ବିଭିନ୍ନ ମହଲ ରୁ ଦାବି ହୋଇଛି ।

© 2023 Odisha Taza News.