ସାବିତ୍ରୀ ବ୍ରତ ଉପବାସ ଦିନରେ ଏତେ ସଂଖ୍ୟାରେ ମହିଳା ମାନେ ଯୋଗଦାନ କରି ଥିବାରୁ ମୋ ପାଖରେ ଭାଷା ନାହିଁ, ଧନ୍ୟବାଦ ଜୁହାର,ବିନମ୍ର ପ୍ରଣାମ ଜଣାଇ ମହିଳାମାନଙ୍କୁ ସଚିବ ପ୍ରଶଂସା କରିଥିଲେ। ପୁଣି ଜନସାଧାରଣଙ୍କ ଦରଖାସ୍ତ ଗୁଡିକ ଗ୍ରହଣ କରି ଭଲଭାବରେ ବିଚାର କରାଯିବ ଓ ଖୁବ କମ ସମୟ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ୫ଟି ସଚିବ ଶ୍ରୀ ପାଣ୍ଡିଆ ନ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ମିଶନ ଶକ୍ତିରେ ପ୍ରତି ବର୍ଷ ହଜାର ହଜାର ଟଙ୍କା ପ୍ରଦାନ କରୁଛନ୍ତି ଏହି ଟଙ୍କା ପହଞ୍ଚିବାରୁ ମା’ମାନେ ପରିବାର ଚଳାଇବା, ପିଲାମାନଙ୍କ ପାଠପଢ଼ା, ସ୍ବାସ୍ଥ୍ୟରେ ବ୍ୟବହାର କରି ଉପକୃତ ହେଉଛନ୍ତି ବୋଲି ଜଣାଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ,ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି ଭିନେଲ କ୍ରିଷ୍ଣା, ପୋଲିସ ଡିଜି, ଏସପି, ନର୍ଲା ବ୍ଳକ ବିଡ଼ିଓ ବାସନ୍ତୀ ସେଠୀ, ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବିଭିନ୍ନ ପଞ୍ଚାୟତ ସରପଂଚ, ସମିତି ସଭ୍ୟ, ମିଶନ ଶକ୍ତି ମହିଳାଙ୍କ ସହ ବହୁ ସଂଖ୍ୟାରେ ଜନସାଧାରଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଉପସ୍ଥିତ ଥିଲେ । ଏହା ପରେ ସଚିବ ଭିକେ ପାଣ୍ଡିଆନ ନର୍ଲା ମହିଳା ମିଶନ ଶକ୍ତି କାଫେ ଗୃହ ପରିଦର୍ଶନ କରି ଭବାନୀପାଟଣା ଅଭିମୁଖେ ଯାତ୍ରା କରିଥିଲେ ।

© 2023 Odisha Taza News.