No Result
View All Result
୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗୀର :- ସମଗ୍ର ବିଶ୍ବର କୋଣ ଅନୁକୋଣରେ ଆର୍ଯ୍ୟାବର୍ତନ ସଭ୍ୟତା ଓ ସଂସ୍କୃତିର ପ୍ରଚାର ତଥା ପ୍ରସାର ମାଧ୍ୟମରେ ଶାନ୍ତି ,ସମତା ତଥା ମାନବବାଦର ବିକାଶରେ ଲକ୍ଷ୍ୟ ରଖିଥିବା ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ଆଞ୍ଚଳିକ ସ୍ତରରେ ପଶ୍ଚିମ ଓଡ଼ିଶା (କୋଶଳାଂଶ) ଶାଖା ଇତି ମଧ୍ୟରେ ଉଦ୍ଘାଟିତ ହୋଇ ଯାଇଅଛି । ବଲାଙ୍ଗୀର, ବରଗଡ଼, ବୌଦ, ଦେବଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର,କଳାହାଣ୍ଡି, ସୁବର୍ଣ୍ଣପୂର, ସୁନ୍ଦରଗଡ ଆଦି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ନେଇ ଏହି ସଙ୍ଗଠନ କାର୍ଯ୍ୟ କରିବ ।
ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ହରିଶଙ୍କର ପୀଠସ୍ଥିତ ପ୍ରଭୁ ନୃସିଂହ ନାଥଙ୍କ ପୂଜାର୍ଚ୍ଚନା ସମାପ୍ତ କରି ଆଜ୍ଞାମାଳ ସହ କର୍ମକର୍ତ୍ତା ମାନେ ବଲାଙ୍ଗିର ଜିଲ୍ଲାର ପାଟଣାଗଡସ୍ଥିତ କାଦୋପଡ଼ା ଠାରେ ଚିନ୍ମୟ ଫାଉଣ୍ଡେସନର ପଶ୍ଚିମ ଓଡ଼ିଶା ଶାଖା କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା (କୋଶଳ) ଶାଖାର ସଂଯୋଜକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ବୁଧିଆଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉଦ୍ଘାଟନୀ ଉତ୍ସବରେ କବି ଓ ସମାଜସେବୀ କ୍ଷୀରୋଦ୍ର କୁମାର ସାହୁ,
ଯୁବନେତା ରଘୁମଣି ପଧାନ, ପ୍ରଶାନ୍ତ ସାହୁ, ସଂକୀର୍ତ୍ତନ ମାଝି, ରୋଜାଲିନ ବୁଧିଆ ଆଦି ଯୋଗଦାନ କରିଥିଲେ । ପଶ୍ଚିମ ଓଡ଼ିଶାବାସୀଙ୍କର ସାମଗ୍ରିକ ବିକାଶ ସହ ଏହି ଅଞ୍ଚଳର କଳା,ସାହିତ୍ୟ,ସଂସ୍କୃତି ତଥା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ବିଶ୍ଵ ଦରବାରରେ ପରିଚିତ କରାଇବା ନିମନ୍ତେ ଉକ୍ତ ଶାଖା ସହାୟକ ହେବ ବୋଲି ସଂଯୋଜକ ଶାନ୍ତନୁ କୁମାର ବୁଧିଆ ମତବ୍ୟକ୍ତ କରିଛନ୍ତି ।

No Result
View All Result