ଯାହାକୁ ଆଧାର କରି ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାରା ଦେଶରେ ଦାବି ପତ୍ର ପ୍ରଦାନ କରାଯାଇଛି। ଗଜପତି ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରମିକ ମଜଦୂର ସଙ୍ଘର ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ଏହି ଅବସରରେ ଆଜି ପାରଳାଖେମୁଣ୍ଡି କଲେଜ ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମଜଦୂର ସଙ୍ଘର ବିଭିନ୍ନ ବର୍ଗର ଶ୍ରମିକ ମାନେ।
ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ଆଲୋକ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଉକ୍ତ ଦାବି ପତ୍ର ଗ୍ରହଣ କରିଥିବା ବେଳେ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଭାରତୀୟ ମଜଦୁର ସଙ୍ଘର ଗଜପତି ଜିଲ୍ଲା ସମ୍ପାଦକ ଶ୍ରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ଲେଙ୍କା ଓ ଅଙ୍ଗନବାଡି ସଭାନେତ୍ରୀ ଜଛନାରାଣୀ ପାଣିଗ୍ରାହୀ, ଆଶା କର୍ମୀ ସଭାନେତ୍ରୀ ସମୀକ୍ଷା ଗମାଙ୍ଗ, ପାଚିକ ସଙ୍ଘର ସଭାନେତ୍ରୀ ସୁଶିଳା ମହାରଣା ଓ ଶତାଧିକ ଆଶା କର୍ମୀ, ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ ।

© 2023 Odisha Taza News.