ଶ୍ରୀ ଜଗନ୍ନାଥ ଓ ଗୀତଗୋବିନ୍ଦ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପ୍ରଭୁ ଙ୍କୁ ଗୀତଗୋବିନ୍ଦ ଏତେ ପ୍ରିୟ ଯେ ଶୟନ ପୂର୍ବରୁ ପ୍ରଭୁ ଏହାକୁ ଶ୍ରବଣ କରି ହିଁ ଶୁଅନ୍ତି । ଅକ୍ଷୟ ତୃତୀୟା ରେ ଜନ୍ମି ଥିବା ଜୟଦେବଙ୍କ କୀର୍ତ୍ତି ଅକ୍ଷୟ ଓ ଅକ୍ଷତ ବୋଲି ସେ ମତ ଦେଇଥିଲେ । ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ , ସାହିତ୍ୟିକ ଅସୀତ ମହାନ୍ତି, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ,ଜୟଦେବ ଫାଉଣ୍ଡେସନ ର ସଦସ୍ୟ ଚକ୍ରଧର ମହାପାତ୍ର ପ୍ରମୁଖ ଶ୍ରୀଜଗନ୍ନାଥ, ଜୟଦେବ, ଗୀତଗୋବିନ୍ଦ ସମ୍ପର୍କରେ ଆଲୋକପାତ କରିବା ସହ ଜୟଦେବଙ୍କ ଜୟନ୍ତୀ ଆଜି ଏକ ଜାଗରଣରେ ପରିଣତ ହୋଇଛି ବୋଲି କହିଥିଲେ ।
ଏକ ସମୟରେ ଜୟଦେବ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପ୍ରାମାଣିକତା ଓ ତଥ୍ୟ ଆଧାରରେ ଆଜି ଜୟଦେବ ହିଁ ଓଡ଼ିଶାର ବୋଲି ଦୃଢ ପ୍ରମାଣିତ ହୋଇଛି ବୋଲି କହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ସମାରୋହର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଫାଉଣ୍ଡେସନ ସଦସ୍ୟ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.