No Result
View All Result
୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପୁରୀ ଜିଲ୍ଲାସ୍କୁଲ ନିକଟସ୍ଥ ପୁରୁଣା ସଦର ଥାନା ଛକ ଠାରେ ଗୀତଗୋବିନ୍ଦ ର ରଚୟିତା କବି ଜୟଦେବଙ୍କ ପ୍ରତମୂର୍ତ୍ତି ଶ୍ରୀ ଜୟଦେବ ଫାଉଣ୍ଡେସନ ପକ୍ଷରୁ ଆଜି ସଂଧ୍ୟାରେ ଉନ୍ମୋଚିତ ହୋଇ ଯାଇଛି।ପ୍ରାକ୍ତନ କମିଶନର ଦିଗମ୍ବର ମହାନ୍ତି ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ କମିଶନର ଶ୍ରୀ ମହାନ୍ତି ଜୟଦେବଙ୍କ ଜୟନ୍ତୀ ଆଜି ଏକ ଜାଗରଣ ରେ ପରିଣତ ହୋଇଛି ବୋଲି କହିଥିଲେ।ପୂଜ୍ୟପୂଜାର ସମ୍ମାନ ସମାଜକୁ ଶୃଙ୍ଖଳିତ ଓ ସଂସ୍କାରିତ କରିଥାଏ।ଜୟଦେବଙ୍କ ଗୀତଗୋବିନ୍ଦ ଭକ୍ତି ପ୍ରେମ ରସର ଏକ ଅନନ୍ୟ ସୃଷ୍ଟି।ଏହା ଗୋବିନ୍ଦ ଙ୍କ ପାଇଁ ଗୀତ ଯାହା ପ୍ରଭୁ ଙ୍କ ର ଅତି ପ୍ରିୟ ବୋଲି ସେ କହିଥିଲେ।ଉଦଘାଟକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଭକ୍ତ କବି ଜୟଦେବ ଓ ତାଙ୍କ ରଚିତ ଗୀତଗୋବିନ୍ଦ ସମ୍ପର୍କରେ ମତବ୍ୟକ୍ତ କରି ଏହି କାଳଜୟୀ ସୃଷ୍ଟି କବି ଜୟଦେବ ଙ୍କୁ ଚିର ଅମର କରି ରଖିଥିବ ।ପ୍ରଭୁ ଜଗନ୍ନାଥଙ୍କର ଗୀତଗୋବିନ୍ଦ ପ୍ରତି ଭଲ ପାଇବା ଏପରିଯେ ଗୀତଗୋବିନ୍ଦ ଶୁଣି ସେ ନିଦ୍ରା ଯାଆନ୍ତି ସେ ବୋଲି କହିବା ସହ ଜୟଦେବଙ୍କ ପ୍ରତିମୂର୍ତ୍ତି ସ୍ଥଳର ସୁରକ୍ଷା ଇତ୍ୟାଦି ପାଇଁ ହେଉଥିବା ପ୍ରସ୍ତାବ ସମ୍ପର୍କରେ ପଦକ୍ଷେପ ନେବାକୁ ସୂଚନା ଦେଇଥିଲେ।
ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ କବି ଜୟଦେବ, ଗୀତଗୋବିନ୍ଦ ଓ ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କ ବିଷୟରେ ବିଶଦ ଆଲୋକପାତ କରି ପ୍ରତମୂର୍ତ୍ତି ସ୍ଥଳ ଚିହ୍ନଟ, ମୂର୍ତ୍ତି ସ୍ଥାପନ ଇତ୍ୟାଦି ସମ୍ବନ୍ଧରେ ମତ ଦେଇଥିଲେ।ରବି ନାରାୟଣ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଫାଉଣ୍ଡେସନ ର କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର,
ସଦସ୍ୟ ଜଟାଧାରୀ ମିଶ୍ର, ଚିତ୍ତରଞ୍ଜନ ମିଶ୍ର ଜୟଦେବଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ସମ୍ପାଦକ ଅନାମ ଚନ୍ଦ୍ର ସାହୁ ବିବରଣୀ ପ୍ରଦାନ , ସାହିତ୍ୟିକ କୈଳାସ ଚନ୍ଦ୍ର ଟୀକାୟତରାୟ ମଞ୍ଚ ପରିଚାଳନା ଓ ଯୁଗ୍ମ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଓଡ଼ିଶା ସଂଗୀତ ପରିଷଦ ପକ୍ଷରୁ ଗୀତଗୋବିନ୍ଦ ପରିବେଷଣ କରାଯାଇଥିବା ବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ଓଡ଼ିଶା ସଂକୀର୍ତ୍ତନ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।


No Result
View All Result