ଏହାପରେ ତିବତିୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏହା ଚୀନର ଏକ ଷଡ଼ଯନ୍ତ୍ର ବୋଲି ତିବତିୟ ମାନେ ଅଭିଯୋଗ କରିବା ସହ ତୁରନ୍ତ ସଂପୃକ୍ତ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି l ଏହି ସାମ୍ୱାଦିକ ସମ୍ମିଳନୀରେ ତିବତିୟ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ତଥା ଗଣମାଧ୍ୟମ ପରାମର୍ଶଦାତl ସନ୍ଦୂପ ଦୁର୍ଜେ, ଟେଞ୍ଜିନ ୟାଞ୍ଜି, ଶୁଭଶ୍ରୀ ସେନାପତି, ତିବତିୟ ମହିଳା ଉପଦେଷ୍ଠା ସେରିଂ ୟଂଜୁମ, ମହିଳା ସଭାନେତ୍ରୀ କୁଙ୍ଗl, ତିବତିୟ ରିପ୍ରେଜେଣ୍ଟିବ ପେମା ଥନ୍ଧୂପ, ଜିରlଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନ୍ପୋ ପେମl ତେମ୍ପେଲ ଓ ଆରଏସଏସ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍ ପ୍ରମୁଖ ଉପସ୍ଥିତ ଥିଲେ l ଏହା ପରେ ତିବତିୟ ମାନେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଚନ୍ଦ୍ରଗିରି ବଜାର ପରିକ୍ରମା କରିଥିଲେ l

© 2023 Odisha Taza News.