୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଶୁକ୍ରବାର ଅପରାହ୍ନ ସମୟରେ ଏକ ଅଟୋ ଦୁର୍ଘଟଣାରେ ୩ ମୃତ, ୧୦ ଜଣ ଆହତ ହୋଇଛିନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଶୁକ୍ରବାର କେରେଡାଙ୍ଗ ଗ୍ରାମରେ ସତାହିକ ହାଟଥିଲା । ନୁଆଗଡ ବ୍ଳକ ଅଞ୍ଚଳର ଲୋକେ ହାଟକରି ଅଟୋ କେରେଡାଙ୍ଗରୁ ଯାତ୍ରୀ ଧରି ନୁଆଗଡ ଫେରୁଥିବା ସମୟରେ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଥିବା କାଣ୍ଡାମା ଘାଟି ଗଡୁଥିବା ସମୟରେ ଅଟୋର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ୨୦ ଫୁଟ ତଳେ ଝରଣା ଅଟୋଟି ଖସିପଡିଥିଲା । ଏହି ଅଟୋରେ ଯାଉଥିବା ଯାତ୍ରୀ ସୀୟନଗଡ ଲୁକ ମଣ୍ଡଳ(60) ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟ ଯାତ୍ରା ଆସତ ହୋଇଥିଲେ ।
ଘଟଣା ସ୍ଥଳରେ ନୁଆଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସମୟରେ ବଡପଦା ଗ୍ରାମର ଡଲି କର(30) ମୃତ କରିଥିଲେ ଏବଂ ଜଳଙ୍ଗ ଗ୍ରାମର ପ୍ରତ୍ୟୁଷ କାର୍ଯୀ (9) ଶିଶୁ ମୃତ କରିଥିଲେ । ୧୦ ଆହତ ହୋଇଛିନ୍ତି ସେମାନେ ହେଲେ ନୁଆଗଡ ଗ୍ରାମର ଜଗନ୍ନାଥ ସାହୁ (34), ବଡପଦା ସାଧୁ କର (38), ବାରଡାଙ୍ଗ ଗ୍ରାମର ସୁରେଶ ରଇତ(40), ଲିଜା ମଣି ରଇତ , ଆବାଡା ଗ୍ରାମର ଗାୟ ଶବର(35), ଅଶୋକ ଶବର(7), ଜଲାଙ୍ଗ ଗ୍ରାମର, ତ୍ରିବେଣୀ ରଇତ(40), କେରେଡାଙ୍ଗ ଗ୍ରାମର ଇସୁଦାନ କରାଡ(55), ତରଜସିଂ ଗ୍ରାମର ଗାୟତ୍ରୀ ମଣ୍ଡଳ ଆହତ ହୋଇଛିନ୍ତି ।
ଜଗନ୍ନାଥ ସାହୁ ଏବଂ ଅଟୋ ଚାଳକ ସାଧୁ କର ଗୁରୁତ୍ବ ଆହତ ଥିବାରୁ ଖଜୁରିପଦା ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରାଯିବା ସହ ଆଉ ୮ ଜଣ ଆହତକୁ ପାରଳାଖେମଣ୍ଡ ମେଡିକାଲ୍ ପଠାଯାଇଛି । ଏହି ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଜବତ କରିବା ସହ ଶବ ବେବସ୍ଥଦ କରିବାକୁ ପାରଳାଖେମଣ୍ଡ ମେଡିକାଲ୍ ପଠାଇବା ସହ ଏହାର ପୁଲିସ ଅଧିକ ତଦନ୍ତ କରୁଛି । ଏହିରେ ଅଟୋରେ ଚାଳକଙ୍କ ସ୍ତ୍ରୀ ମୃତ ହୋଇଥିଲେ ଏବଂ ତାଙ୍କୁ ସ୍ବାମୀ ମୃତସହ ସଂଗ୍ରାମ କରୁଛନ୍ତି ।

© 2023 Odisha Taza News.