କିନ୍ତୁ ଜଳଛତ୍ର ଖୋଲା ଯାଇନଥିବା ଯୋଗୁଁ ଗରୀବ ଲୋକେ ବାଧ୍ଯ ହୋଇ ଦୋକାନରୁ ପାଣି ବୋତଲ କିଣି ଆଣି ଶୋଷ ମେଣ୍ଟାଉଛନ୍ତି । ମୋହନା ଏକ ବୃହତ୍ତମ ବ୍ଳକ ହୋଇଥିବାରୁ ଏଠାରେ ପଥଚାରୀଙ୍କୁ ପିଇବା ପାଣିର ଆବଶ୍ୟକତା ଅଧିକ ରହିଥିବାରୁ ତୁରନ୍ତ ସ୍ଥାନୀୟ ପଞ୍ଚାୟତରେ ଜଳଛତ୍ରର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଓ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି । ଏ ସଂପର୍କରେ ମୋହନା ସରପଞ୍ଚ କହିଛନ୍ତି ଏନେଇ ପଞ୍ଚାଯତ ବୈଠକରେ ସ୍ଥିର ହେବ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଥିବା ଯୋଗୁଁ ଜଳଛତ୍ର ଖୋଲିବାରେ ବିଳମ୍ବ ହୋଇଛି । ଯଥାଶୀଘ୍ର ଖୋଲାଯିବ ।

© 2023 Odisha Taza News.