କଂଗ୍ରେସର ନେତୃବୃନ୍ଦ ଓ କର୍ମୀଙ୍କୁ କଂଗ୍ରେସର ସ୍ଥିତି ସୁଦୃଢ କରିବା ସହ ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲାରେ ଦାଦନ ସମସ୍ୟା ଜଳ ସେଚନ ସମସ୍ୟା, ଚାଷୀଙ୍କ ସମସ୍ୟା ନେଇ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲାରେ ବିଭିନ୍ନ ସାଗର ଗୁଡିକ ରାମ ସାଗର, ସୀତା ସାଗର, କୃଷ୍ଣ ସାଗର ପୁନରୁଦ୍ଧାର କଲେ ଜଳ ସେଚନର ସୁବ୍ୟବସ୍ଥା ହେବା ସଙ୍ଗେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇ ପାରିବ ଉଦ୍ୟାନ ଭିତ୍ତିକ କୃଷି ଉପରେ ଗୁରୁତ୍ୱ ଦେଲେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, କଂଗ୍ରେସ ଜିଲ୍ଲା ଉପସଭାପତି ବସନ୍ତ ପଣ୍ଡା ଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

© 2023 Odisha Taza News.