କୃଷ୍ଣ କୁମାର ବେହେରା ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । କଟକରୁ ପଲାସା ଚଳାଚଳ କରୁଥିବା ୦୮୫୩୩ ଏବଂ ପଲାସାରୁ କଟକ ୦୮୫୩୪ ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କଲେ ଜିଲ୍ଲା ସଦର ମହକୁମା ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ଦାବିପତ୍ର ଗ୍ରହଣ ପରେ ସାଂସଦ ଶ୍ରୀ ସାହୁ ଉକ୍ତ ଦାବି ସମ୍ପର୍କେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଉଲ୍ଲେଖିତ ଟ୍ରେନ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ପାଇଁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।

© 2023 Odisha Taza News.