ପୀଡ଼ିତ ରୋଗୀଙ୍କୁ ଲୋକେ ଖଟିୟାରେ ବୋହି ହୋଇ ମେଡ଼ିକାଲକୁ ନେଇଯାଉଥିବା ବି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି l, ଘର କହିଲେ ଭଙ୍ଗା ଗୁହାଳ ଭଳି ଘର୍ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ହେଇଛନ୍ତି ବିକଳ l ରାସ୍ତା ନ ଥିବା ହେତୁ ଆସିପlରୁନି ଯାନ ବାହନ କେମିତି ବା ଆଣିବେ ସିମେଣ୍ଟ, ଲୁହା, ଉପର ଅଧିକାରୀ ମାନଙ୍କୁ କହି କହି ଥକି ପଡିଲେ ଏବଂ ଗ୍ରିଭନ୍ସବି ସ୍ଥାନୀୟ ପ୍ରଶାସନଙ୍କୁ କେତେ ଥର ଦେଇଛନ୍ତି ହେଲେ ଶେଷରେ ଆଗାମୀ ନିର୍ବାଚନର ଭୋଟ ବର୍ଜନର ନିଷ୍ପତି ନେଇଛନ୍ତି l
ଭୋଟ ସମୟରେ ବଡ଼ ବଡ଼ ନେତା ଗାଁକୁ ଆସି ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି, କିନ୍ତୁ ନିରୀହ ସରଲ ପାହାଡିଆ ଲୋକେ ନେତା ମନ୍ତ୍ରୀଙ୍କୁ ଦେଉଥିବା ପ୍ରତିଶ୍ରୁତିକୁ ବିଶ୍ୱାସ କରି ଭୋଟ ଦେଇ ନିର୍ବାଚିତ କରିଥାନ୍ତି ନେତା ମନ୍ତ୍ରୀ ହେଲା ପରେ ଗରିବ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାନ୍ତି l ଆଉ କେବେ ବି ସ୍ଥାନୀୟ ପ୍ରଶାସନଙ୍କ ପାଦ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ପାଦ ଗାଁରେ ପଡେ ନାହି l ଦୁଃଖ ଏବଂ ଲଜ୍ୟାର ବିଷୟ କି ଦେଶ ସ୍ବାଧୀନ ହୋଈ ୭୫ ବର୍ଷ ହୋଇ ଗଲେ ସୁଧା ସାଧାରଣ ଜନତା ତାଙ୍କର ମୌଳିକ ଅଧିକାରୁ ବଞ୍ଚିତ ହେଉଥିବା ଦେଖାଯାଇଛି l ସ୍ଥାନୀୟ ଅଧିକାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଦେଶ ଦେବାବେଳେ ଆଜି ତାର ଓଲଟା ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ଦେଖିବାକୁ ମିଳିଛି । ଆଗକୁ କେବଳ ଦେଖିବାକୁ ବାକି ରହିଲା କେବେ ସରକାର୍ ଏ ଗ୍ରାମକୁ ଯାଇ ସମସ୍ୟା ସମାଧାନ କରୁଛନ୍ତି ।

© 2023 Odisha Taza News.