୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ବିଜୁ ପରିବାର ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ମହେନ୍ଦ୍ରତନୟା ନାଦୀ ତୁଠ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁପଟ୍ଟନାୟକଙ୍କୁ ତର୍ପଣ ଅର୍ପଣ କରା ଯାଇଥିଲା |
କଲେଜ ଛକ ନିକଟସ୍ଥ ସ୍ବର୍ଗତଃ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହି ଅବସରରେ ପାରଳାଖେମୁଣ୍ଡି ମୁଖ୍ୟ ବଜାର ଠାରେ ସମୂହ ସଫେଇ କାର୍ଯ୍ୟକ୍ରମ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମସ୍ତ ନେତା ଓ ବିଜୁ ଜନତା ଦଳର ବିଜୁ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

© 2023 Odisha Taza News.