ମାହାଙ୍ଗା ବ୍ଲକ ଅନ୍ତର୍ଗତ ମୌଦା ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟା ଙ୍କ ସମେତ 150 ଜଣ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ମାନ୍ୟବର ପୂର୍ବ ତନ ମନ୍ତ୍ରୀ ତଥା ଜନପ୍ରିୟ ବିଧାୟକ ପ୍ରତାପ ଜେନା ଙ୍କ ନିର୍ମଳ ଭାବ ମୂର୍ତ୍ତି ଓ ବିକାଶ ମୁଖି କାର୍ଯ୍ୟ ଧାରା ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି
୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :- ମିଶନ ୨୦୨୪ ଯେତେ ନିକଟତର ହୋଇ ଆସୁଛି ମାହାଙ୍ଗାରେ ରାଜନୈତିକ ମହୋଲ ସେତେ ସରଗରମ ହେଉଛି,ବିଗତ ନିର୍ବାଚନରେ ଯେଉଁ ପଂଚାୟତରେ ବିଜେପି ନିଜର ଗଡ଼ ତିଆରି କରିଥିଲା ସେ ପଂଚାୟତ ଏବେ ବିଜେଡ଼ି କବଜାରେ, ପଂଚାୟତ ନିର୍ବାଚନରେ ବିଜୟୀ ହେବା ପରେ ସରପଞ୍ଚ ଓ ସମିତି ସଭ୍ୟ ସ୍ବତପବୃତ ଭାବେ ବିଜେଡି ଦଳକୁ ସମର୍ଥନ ଦେଇଥିଲେ,
ହେଲେ କିଛି କର୍ମୀ ବିଜେପି ଦଳରେ ରହିଯାଇଥିଲେ, କିନ୍ତୁ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ବରିଷ୍ଠ ନେତା ବିଧାୟକ ପ୍ରତାପ ଜେନାଙ୍କ ଲୋକପ୍ରିୟତା ଦୃଢ଼ ସଂଗଠନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶ ଶୀଳ ସ୍ୱଚ୍ଛ ଶାସନ ରେ ଅନୁପ୍ରାଣିତ ହୋଇ ଦୁଇସହରୁ ଅଧିକ କର୍ମୀ ବିଜେପି ଛାଡି ବିଜେଡି ଦଳରେ ଝାସ ଦେଇଛନ୍ତି,
ଏକା ଥରେ ଗୋଟିଏ ପଞ୍ଚାୟତରୁ ଏତେ ସଂଖ୍ୟକ କର୍ମୀ ବିଜେପି ଦଳ ପରିତ୍ୟାଗ କରିବା ଘଟଣା ମାହାଙ୍ଗା ବିଜେପି ନେତା ମାନଙ୍କର ମୁଣ୍ଡ ବିନ୍ଧା କାରଣ ହୋଇଛି, ଗୋଟେ ପଟେ ବିଜେପି ଦଳ ବିଧାୟକ ପ୍ରତାପ ଜେନାଙ୍କୁ ବିଭିନ୍ନ ଉପାୟରେ ବଦନାମ କରିବାକୁ ବିଭିନ୍ନ ମିଥ୍ୟା ଅଭିନବ ପନ୍ଥା ଗ୍ରହଣ କରି ନିଜ ଦଳର କ୍ରେଜ ବଢାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇ ଆସୁଥିବାବେଳେ ଏହାର ପ୍ରଭାବ ପ୍ରତାପ ଙ୍କ ଉପରେ ପଡି ପାରୁନି ,
ଓଲଟା ମିଥ୍ୟା ଅରୋପର ଜବାବ କର୍ମୀ ମାନେ ଦଳ ପରିତ୍ୟାଗ କରି ବିଜେଡ଼ି ରେ ସାମିଲ ହେଉଛନ୍ତି, ଏହି ପରି ଭାବେ କର୍ମୀ ମାନେ ଦଳ ଡିଆଁ ନୀତିରେ ମିଥ୍ୟା ଆରୋପ କୁ କଡା ଜବାବ ଦେଇ ବିଜେଡି ଦଳକୁ ଆହୁରି ମଜଭୁତ କରୁଥିବା ସାଧାରଣରେ ମୁଖ୍ୟ ଆଲୋଚନା ର ବିଷୟ ହୋଇଛି,5 ଏହି ପରି ଭାବେ ଆଜି ମାହାଙ୍ଗା ବ୍ଲକ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବରେ ସହ ସହ କର୍ମୀ ସାମିଲ ହୋଇ ମଉଦା ପଂଚାୟତର ବିକାଶ ସ୍ୱପ୍ନ ସାକାର ପାଇଁ ଅଣ୍ଟା ଭିଡିଛନ୍ତି,
ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଦୁଇଶହ ରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି, ଏତେ ସଂଖ୍ୟକ କର୍ମୀ ପ୍ରତାପ ଙ୍କ ଟିମ ରେ ସାମିଲ ହୋଇଥିବାରୁ ଏହି ପଂଚାୟତରେ ବିକାଶର ନୂଆ ଫର୍ଦ୍ଦ ଯୋଡିବାକୁ ବିଧାୟକ ଶ୍ରୀ ଜେନା ସଂକଳ୍ପ ନେଇଛନ୍ତି, ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଡ଼ଦେବା ସହ ମାହାଙ୍ଗା ରେ ଏକ ନଂ ପଂଚାୟତ ଭାବେ ଗଢ଼ି ତୋଳିବାକୁ ପଂଚାୟତ ବାସୀଙ୍କ ସହଯୋଗ କାମନା କରିଛନ୍ତି,
ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପଂଚାୟତ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରୀତମ କାନୁନଗୋ, ପଂଚାୟତ ସଭାପତି ସୂର୍ଯ୍ୟକୁମାର ଦ୍ବିବେଦୀ, ସରପଞ୍ଚ ଚିନ୍ମୟୀ ବରାଳ, ସମିତି ସଭ୍ୟ , ଜିଲ୍ଲାପରିସଦ ସଭ୍ୟା ସୁସ୍ମିତା ଦାସ, ପୂର୍ବତନ ଜିଲ୍ଲାପରିସଦ ସଭ୍ୟ କୃଷ୍ଣ କୁମାର ମିଶ୍ର ଙ୍କ ସମେତ ପଂଚାୟତର ସମସ୍ତ ନେତୃମଣ୍ଡଳୀ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ,

© 2023 Odisha Taza News.