ଆଗନ୍ତୁକ ଅତିଥିମାନଙ୍କ ମଧ୍ୟରୁ ସମ୍ମାନିତ ଅତିଥି ମାନନୀୟ ରାମା ରାଓ ପାଳ SDVO ଗୁଣପୁର,ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ-ପ୍ରଭାବତି ଶବର, ଅଭିତକ୍ ନ୍ୟୁଜ୍ ଚ୍ୟାନାଲ୍ ର ଜିଲ୍ଲା ପ୍ରତିନିଧି ଶ୍ରୀ-ଜଗବନ୍ଧୁ ଲିମା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ-ସୁରଥ ପଣ୍ଟୁରୁ ମଞ୍ଚାସିନ ଥିଲେ । ଡକ୍ଟର ଭୀମ ରାଓ ଅମ୍ବେକରଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦ୍ବୀପ ପ୍ରଯୋଳନ କରି ଅଭ୍ୟାଗତ ଅତିଥି ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ BAMCEF ରାୟଗଡା ଜିଲ୍ଲାର ସାଧାରଣ ସମ୍ପାଦକ ଶ୍ରୀ-କାହ୍ନୁ ଚରଣ ଲିମା କିଛି ଉଦବୋଧନ ଦେଇଥିଲେ । ଡକ୍ଟର ଅମ୍ବେଦକରଙ୍କ ବିଷୟ ଲୋକ ମାନଙ୍କୁ ଆଲୋକ ପାତ କରାଇଥିଲେ । ଯଥା ବାବା ସାହେବ ଅମ୍ବେଦକର ଏକ ଦଳିତ ପରିବାରରୁ ଜନ୍ମ,ସେ ତାଙ୍କର ଉଚ୍ଚ ଜାତିର ସ୍କୁଲ୍ ସାଥି ମାନଙ୍କ ଦ୍ବାରା ଅପମାନିତ ହୋଇ ଥିଲେ । ତାଙ୍କ ପିତା ଭାରତୀୟ ସେନାରେ ଜଣେ କର୍ମଚାରୀ ଥିଲେ ।
ଗାଏକୱାର ଶାସକଙ୍କ ଦ୍ବାରା ଛାତ୍ର ବୃତ୍ତି ପ୍ରଦାନ କରାଯାଇ ସେ ଆମେରିକା,ବ୍ରିଟେନ୍ ଏବଂ ଜର୍ମାନୀର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ଗାଏକୱାରଙ୍କ ଦ୍ବାରା ଅନୁରୋଧ କ୍ରମେ ବରୋଦା ଜନ ସେବାରେ ପ୍ରବେଶ କରିଥିଲେ । କିନ୍ତୁ ପୁନର୍ବାର ତାଙ୍କର ଉଚ୍ଚ ଜାତିର ସହ କର୍ମୀ ମାନଙ୍କ ଦ୍ବାରା ଅପମାନିତ ହୋଇ ସେ ଆଇନ୍ ଅଭ୍ୟାସ ତଥା ଶିକ୍ଷାଦାନ ଆଡକୁ ମୁହାଁଇଥିଲେ । ଅମ୍ବେଦକର ସ୍ଵାଧୀନ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ହୋଇଥିଲେ ।
ସେ ଭାରତୀୟ ସମ୍ବିଧାନ ଗଠନର ନେତୃତ୍ୱ ନେଇଥିଲେ ଏବଂ ଅସ୍ପୃଶ୍ୟ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ନିଷିଦ୍ଧ କରିଥିଲେ । ଏହି ଭଳି ଅନେକ ବକ୍ତବ୍ୟ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବକ୍ତୃତା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ BAMCEF ର କର୍ମକର୍ତ୍ତା ଯଥା ଜେମ୍ସ୍ ପୋଣ୍ଟୁରୁ, ରାଜୁ ପାଲ, ରବୀନ୍ଦ୍ର ମିଶାଇ , ଶ୍ରୀ ଲକ୍ଷ୍ମଣ କାଡ୍ରାକା, ପ୍ରସାଦ ପାସ୍ପୁ ରେଡୀ, ରାଜକିଶ୍ବର୍ ନିମାଲ୍ ପୁରୀ, କୃଷ୍ଣ ଗାଣ୍ଟା,ସନ୍ତୋଷ ଲିମା ପ୍ରମୁଖ ଉପସ୍ଥିତ ରହି ଥିଲେ ।

© 2023 Odisha Taza News.