୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଓଡିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ତେଜ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ । ଖରାର ପ୍ରକୋପ ବୃଦ୍ଧି ଯୋଗୁଁ ପଥଚାରୀ ମାନେ ପାନୀୟ ଜଳପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହାକୁ ଆଖିଆଗରେ ରଖି ଆଜି ଠାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଜଳଛତ୍ର କେନ୍ଦ୍ର ଖୋଲି ପଥଚାରୀଙ୍କୁ ପାନୀୟ ଜଳ ବିତରଣ କରିଥାନ୍ତି ।
ଏହାକୁ ଆଖି ଆଗରେ ରଖି ଶୁକ୍ରବାର ପଣାସଂକ୍ରାନ୍ତି ଦିନ କମିଶନରେଟ ପୋଲିସ କଟକ ସଦର ଥାନା ପକ୍ଷରୁ , ଥାନା ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ଵରେ ଏକ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରକୁ କଟକ କମିଶନରେଟ ପୋଲିସ ଯୋନ-୪ ଏସିପି ଚନ୍ଦନ ଘଡେଇ ଉଦଘାଟନ କରିଥିଲେ ।
କଟକ ସଦର ଥାନାର ଆଇଆଇସି ରଶ୍ମୀରଞନ ମହାପାତ୍ର, ଅତିରିକ୍ତ ଆଇଆଇସି ରୀନା ମିଶ୍ର,କଟକ ସଦରଥାନାର କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ବିତରଣ କରିଥିଲେ । ଏହି କାର୍ଯ୍ୟ ଦୀର୍ଘ ଦିନ ଧରି ଖରାର ପ୍ରକୋପ କମିବା ପର୍ଯ୍ୟନ୍ତ ଚାଲୁ ରହିବ । ଆଜିର ଜଳ ବିତରଣ କାର୍ଯ୍ୟରେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


© 2023 Odisha Taza News.