
ଗ୍ରାମବାସୀ ଏବିଷୟରେ ସରପଞ୍ଚ ସିଙ୍ଗନା ରଇତଙ୍କୁ ଜଣାଇଥିଲେ । ସେ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରି ପ୍ରାଣୀ ଚକିତ୍ସାଳୟକୁ ଜଣାଇ ଥିଲେ । ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ତପସ୍ଵିନୀ ନାୟକଙ୍କ ତତ୍ତ୍ଵାବଧାନରେ ପ୍ରାଣିଧନ ନିରୀକ୍ଷକ ଅନୁସୁୟା ରଇତ ଓ ରାଜେଶ କୁମାର ପାଇକ ଆଜି ଘଟଣା ସ୍ଥଳରେ ପହଞ୍ଚି ମୃତ ଗାଈ ମାନଙ୍କୁ ଶବବ୍ୟବଚ୍ଛେଦ କରିଥିଲେ ।
ତିନୋଟି ଯାକ ଗାଈ ଗର୍ଭବତୀ ଥିବା ଜଣାପଡିଛି । ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନଠାରେ ସରପଞ୍ଚ ସିଙ୍ଗନା ରଇତ ଦାବି କରିଛନ୍ତି । ସ୍ଥାନୀୟ ରାଜସ୍ବ ନିରୀକ୍ଷକ ରାଜେଶ୍ୱର ରଇତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି ।

© 2023 Odisha Taza News.