ସୁରକ୍ଷା ସଂଗଠନର ଜଳବିଭାଜିକା ପରିଚାଳକ ପ୍ରେମାନନ୍ଦ ବେହେରା ବର୍ତମାନ ଜଳ, ଜମି, ଜଙ୍ଗଳର ସ୍ଥିତି ସମ୍ପର୍କ ରେ ଆଲୋଚନା କରି ଏହାର ସଂରକ୍ଷଣ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ l ଏହି ଜଳବିଭାଜିକା ପ୍ରକଳ୍ପ ରେ ରଙ୍ଗାମାଟିର 549 ହେକ୍ଟର ଓ ରାମନଦୀର 589 ହେକ୍ଟର ଜମିରେ ବିଭିନ୍ନ ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକ୍ରମ କରାଯିବ ସହ ଜୀବନ ଜୀବିକାର ଉନ୍ନତି ପାଇଁ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ରାଙ୍କୁଡ଼ା,
ବୁରୁପଡା, ଖସଡ଼ା,କମଳାପୁର, ଡରାବ, କୁମୁଳସିଂ ଆଦି ଗ୍ରାମର ପ୍ରାୟ 150 ରୁ ଅଧିକ ଲୋକ ଯୋଗଦେଇଥିଲେ l ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ କୁ ସୁରକ୍ଷା ସଂଗଠନ ର କର୍ମୀ ଗୌର ହରି ପଣ୍ଡା, ସୋନାଲି ସିଂ ଆୟୋଜନ ଓ ଜଳ ବିଭାଜିକା କମିଟି ର ମେମ୍ବର ତଥା ଗ୍ରାମବାସୀ ସହଯୋଗ କରିଥିଲେ l

© 2023 Odisha Taza News.