୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କାରାଟ୍ଲେନ୍ ଭାରତର ଅଗ୍ରଣୀ ଓମ୍ନି ଚ୍ୟାନେଲ ଜୁଏଲାରୀ ବ୍ରାଣ୍ଡ ସଂପ୍ରତି ଭୁବନେଶ୍ୱର ଠାରେ ଏହାର ନୂଆ ଷ୍ଟୋର ଉଦ୍ଘାଟନ କରିଛି । ଏହି ବ୍ରାଣ୍ଡ ମଧ୍ୟ ୯ ଅପ୍ରେଲ, ୨୦୨୩ ରେ ବ୍ରହ୍ମପୁର ଠାରେ ଏକ ନୂଆ ଷ୍ଟୋର ଶୁଭାରମ୍ଭ କରିଥିଲା । ଏହି ଷ୍ଟୋରର ଉଦ୍ଘାଟନ ଦିବସ ଦିନ ଏକ ପ୍ରତ୍ୟେକ ଷ୍ଟୋରରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବ୍ରାଣ୍ଡର ବନ୍ଧୁ, ପରିବାର ଓ ଗ୍ରାହକମାନେ ଉପସ୍ଥିତ ଥିଲେ । ସଂପ୍ରତି ଏହି ବ୍ରାଣ୍ଡ ପୂର୍ବ ଭାତରରେ ୪୩ଟି ଷ୍ଟୋର ପରିଚାଳନ କରୁଛି ।
ସୌଭାଗ୍ୟନଗର ଓ ବ୍ରହ୍ମପୁର ଠାରେ ଖୋଲିଥିବା ଏହି ଦୁଇଟି ଷ୍ଟୋର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଦେବ । ଗ୍ରାହକମାନଙ୍କ ସ୍ୱାର୍ଥ ଓ ଚାହିଦାକୁ ଆଖି ଆଗରେ ରଖି ଏଠାରେ ବିଭିନ୍ନ ଡ଼ିଜାଇନର ଗହଣା ଉପଲବ୍ଧ କରାଯିବ । କାରାଟଲେନ୍ର ଆଇକନିକ୍ କଲେକ୍ସନ ଯଥା ବଟରଫ୍ଲାଏ ଓ ଶୁଭାରମ୍ଭ କାଳୀନ ସ୍ୱତନ୍ତ୍ର ଅଫର୍ ହ୍ୟାରି ପୋର୍ଟର ସହିତ ସର୍ବାଧିକ ଲୋକପ୍ରିୟ ଗହଣା ସମ୍ଭାର ଯଥା ଆଧୁନିକ ମଙ୍ଗଳ ସୁତ୍ର, କ୍ଲାସିକ୍ ଷ୍ଟଡ଼୍ ଓ ଅଧିକ ବିକ୍ରି ହେଉଥିବା ମୁଦି ଉପଲବ୍ଧ ହେବ । ବିଭିନ୍ନ ଉତ୍ସବାନୁଷ୍ଠାନକୁ ଆଖି ଆଗରେ ରଖି ଏହି ଷ୍ଟୋର ଗହଣା ସମ୍ଭାରକୁ ଛୋଟଠାରୁ ବଡ଼ ମାନଙ୍କ ପାଇଁ ଉପଲବ୍ଧ କରାଇବ ।
ଅକ୍ଷୟ ତୃତୀୟାର ଶୁଭ ଅବସରରେ କାରାଟ୍ ଳେନ୍ ପକ୍ଷରୁ ଶୁଭାରମ୍ଭ ହୋଇଥିବା ନୂଆ କଲେକ୍ସନ ଆଦାର ସ୍ୱତନ୍ତ୍ରତା ରହିଛି । ଏହି କଲେକ୍ସନ ବିଶେଷ କରି ମହିଳାମାନଙ୍କୁ ଆକର୍ଷିତ କରିବ । ଏଥିରେ ମୋଟିଫ୍ର ଡ଼ିଜାଇନ୍ ଯାହା ପ୍ରାକୃତିକ ପକ୍ଷୀ ଓ ଡ଼୍ରାଗନ୍ ଫ୍ଲାଏଜ୍ ଦକ୍ଷତାପୂର୍ଣ୍ଣ କାରିଗରୀରେ ନିର୍ମିତ ୧୪ କ୍ୟାରେଟ୍ ୟେଲୋ ଗୋଲ୍ଡ଼ ଏବଂ ହୀରା ଖଚିତ ଅନେକ ଗହଣା ଡ଼ିଜାଇନ୍ ଉପଲବ୍ଧ ହେବ । ପ୍ରତ୍ୟେକ ଡ଼ିଜାଇନ୍ରେ ୩ଡ଼ି ଲେୟର ଏବଂ ଷ୍ଟାଇକିଂ ହ୍ୟାଣ୍ଡ ପେଟେଂଡ଼ ଏନାମେଲ୍ର ସ୍ୱତନ୍ତ୍ରତା ଏହାକୁ ଅଧିକ ଆକର୍ଷଣ କରିବ ।
ଶୁଭାରମ୍ଭ ଅବସରରେ ସଂସ୍ଥାର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅତୁଲ ସିହ୍ନା କହିଛନ୍ତିଯେ ଓଡ଼ିଶାରେ ଆମର ଏହି ନୂଆ ଷ୍ଟୋର ଶୁଭାରମ୍ଭ ହୋଇଥିବାର ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅନଲାଇନ କିମ୍ବା ଅଫ୍ଲାଇନ ଜରିଆରେ ସ୍ୱତନ୍ତ୍ର କିଣାକିଣିର ଅନୁଭୂତି ପ୍ରଦାନ କରିବା । ଏହି ସବୁ ସହରଗୁଡ଼ିକରେ ଆମେ ବହୁ ଆଗ୍ରହୀ ଗ୍ରାହକମାନଙ୍କୁ ଦେଖିବାକୁ ପାଇଛୁ, ଯେଉଁମାନଙ୍କ ଆଶାନୁରୂପ ସାମଗ୍ରୀ ଯୋଗାଇବା ପାଇଁ ଆମେ ସଦା ସର୍ବଦା ପ୍ରସ୍ତୁତ । ଆମେ ଏହା ବିଶ୍ୱାସ କରୁଯେ ଆମର ଏହି ରିଟେଲ୍ ଅନୁଭୂତି ଓ ଗହଣା ସମ୍ଭାର ଲୋକମାନଙ୍କ ଦ୍ୱାରା ଆଦୃତ ହେବ ।
ଏହି ଷ୍ଟୋରରେ ଗ୍ରାହକମାନେ ହୀରା ମୂଲ୍ୟ ଉପରେ ୨୦% ଫ୍ଲାଟ୍ ରିହତା ବ୍ୟବସ୍ଥା ରହିଛି, ଯାହାକୁ ଆପଣ ୪୦୦୦ ରୁ ଅଧିକ ଡ଼ିଜାଇନ୍ ଉପରେ ପାଇପାରିବେ ।
ଷ୍ଟୋରର ଠିକଣା : ବ୍ରହ୍ମପୁର – ତଳ ଓ ପ୍ରଥମ ମହଲା, ଧର୍ମ ନଗର ମେନ୍ ରୋଡ଼, ଗଞ୍ଜାମ, ବ୍ରହ୍ମପୁୁର, ପିନ- ୭୬୦୦୦୨, ଫୋନ : ୮୨୪୯୯୬୨୦୯୬ ସୌଭାଗ୍ୟନଗର, ଭୁବନେଶ୍ୱର – ପ୍ଲଟ୍ ନଂ. ୧୧୮୯/୫୧୭୨/୬୩୧୪, ଜି+୨, ମେନ୍ ରୋଡ଼୍, ସୌଭାଗ୍ୟନଗର, ଭୁବନେଶ୍ୱର, ପିନ-୭୫୧୦୦୩, ଫୋନ : ୮୨୪୯୦୮୧୬୭୪
କାରାଟ୍ଲେନ୍ ସମ୍ବନ୍ଧରେ :-
କାରାଟ୍ଲେନ୍ :– କାରାଟଲେନ୍ ଭାରତର ଅଗ୍ରଣୀ ଓମ୍ନି ଚ୍ୟାନେଲ ଜୁଏଲାରୀ ବ୍ରାଣ୍ଡ, ଯିଏକି ୨୦୦୮ ରେ ମିଥୁନ ସଚେଟି ଓ ଶ୍ରୀନିବାସା ଗୋପାଳନ୍ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ସାଧାରଣ କିନ୍ତୁ ଉତ୍ସାହୀ ଉଦ୍ଦେଶ୍ୟକୁ ନେଇ ଏହାର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଗହଣାକୁ ସୁଲଭ ତଥା ଚିରଦିନ ପରିଧାନଯୋଗ୍ୟ ଭାବରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହା ପରିଚାଳିତ । ସମସ୍ତ କଲେକ୍ସନ ଗୁଡ଼ିକରେ ଏକ ବଳିଷ୍ଠ ଐତିହାସିକ ମହତ୍ୱ ସାଙ୍ଗକୁ ଆଧୁନିକ ବିଷୟବସ୍ତୁର ଝଲକ ଦେଖିବାକୁ ମିଳେ । ଆଜିର ଆଧୁନିକ ଯୁଗର ମହିଳାମାନଙ୍କ ମନପସନ୍ଦ ଉପଯୋଗୀ ଗହଣା ସମ୍ଭାର କାରାଟ୍ଲେନ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି ।
ଟାଇଟନ୍ କମ୍ପାନୀ ଲିମିଟେଡ଼ଙ୍କ ଏକ ଅଣକୌଶଳଭିତିକ ନିବେଶ ସହିତ କାରାଟ୍ଲେନ୍ ଭାରତର ବୃହତ ରିଟେଲ୍ ଜୁଏଲାରୀ ତନିସ୍କ ସହିତ ସହଭାଗିତାରେ କାର୍ଯ୍ୟ କରୁଛି । ଉକ୍ତ ସହଯୋଗିତାର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସୁନ୍ଦର ସୁନ୍ଦର ଗହଣା ଉପହାର ଦେବା ଏବଂ ସେମାନଙ୍କ ମନରେ ଏକ ସ୍ୱତନ୍ତ୍ର କିଣାକିଣିର ଅନୁଭୂତି ସୃଷ୍ଟି କରିବା, ଯାହା ଆଧୁନିକ ଜୀବନ ଶୈଳୀ ଉପଯୋଗୀ ଓ ଭାରତର ଏକବିଂଶ ଶତାବ୍ଦୀର ଗହଣା ବ୍ରାଣ୍ଡର ଅଭିବୃଦ୍ଧିକୁ ବିକଶିତ କରିବା ଉଦ୍ଦେଶ୍ୟ ।
କାରାଟ୍ଲେନ୍ ମଧ୍ୟ ସବୁ ପ୍ଲାଟଫର୍ମରେ ଗହଣା କିଣାବିକା ଅନୁଭୂତିର ସ୍ୱାକ୍ଷର ଛାଡ଼ିଯାଇଛି । ଏହାର ୱେବସାଇଟ୍ ସହିତ ଏହାର ଭାରତର ବୃହତ ଅନଲାଇନ ଗହଣା କିଣିବାର ଗନ୍ତବ୍ୟ ସ୍ଥଳ । ଏହାର ବର୍ତମାନ ୨୨୦ ରୁ ଅଧିକ ଷ୍ଟୋର ଦେଶରେ ରହିଛି । ଭାରତରେ ହୀରା ଗହଣା କିଣିବାର ଅନୁଭୂତି ସୃଷ୍ଟି କରିବା ପାଇଁ କାରାଟ୍ଲେନ୍ ଷ୍ଟୋର ମଧ୍ୟ ହୀରା କ୍ରେତାଙ୍କୁ ସହାୟତା ଲାଗି ଏକ ଉଚ୍ଚ ଦକ୍ଷତା ସମ୍ପନ୍ନ ଦଳଙ୍କ ସହିତ ଏକ ସଲିଟାୟାର ଲାଉଞ୍ଜକୁ ଅନ୍ତର୍ଭୁକ୍ତ କରିଛି । କାରାଟ୍ଲେନ୍ର ଡ଼ାଏମଣ୍ଡ ପରାମର୍ଶଦାତାମାନେ ମଧ୍ୟ ୨୪x ୭ ଶୁଳ୍କ ମୁକ୍ତ ନମ୍ବର ୧୮୦୦-୧୦୨-୦୧୦୩ ରେ ଉପଲବ୍ଧ ହୋଇପାରିବେ ।
କାରାଟଲେନ୍ ବିଷୟରେ ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ : www.caratlane.com














