୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଯାତ୍ରୀ ବିଶ୍ରମାଗାରରେ ଦୁଇଟି ମାନସିକ ବିକୃତି ମହିଳା ଦୀର୍ଘ ଦିନ ହେବ ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଥିଲା, ଫଳରେ ବିଶ୍ରାମ ଗାର ତି ବ୍ୟବହାର ରେ ଆସିପରିନଥିଲା ।ଅଞ୍ଚଳ ବାସୀଙ୍କ ଅଭିଯୋଗ ପରେ ସ୍ଥାନୀୟ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ନୃସିଂହ ଚରଣ ମୀଶ୍ର ଏବଂ ସରପଞ୍ଚ ସଣ୍ଡୁ ମଣ୍ଡଳ ଙ୍କ ଦ୍ଵାରା ଆଜି ସେହି ବିଶ୍ରାମ ଗାର କୁ ସଫାସୁତୁରା କରାଯାଇଛି । ଦୀର୍ଘ ଦିନ ହେବ ଦୁଇ ମାନସିକ ବିକୃତ ମହିଳା ଶୀତ, ଖରା, ବର୍ଷା ରେ ମଧ୍ୟ ସେହି ବିଶ୍ରାମ ଗାର ରେ ପଡ଼ିରହିଥିଲେ । ଶୁଖିଲା ଡାଳ ପତ୍ର ଆଣି ନିଆଁ ଲଗାଇ ରହିବା ସହ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଜମା କରି ରଖିଥିଲେ ।
ସେମାନେ ରହିବା ଦିନଠୁଁ ବିଶ୍ରାମଗାର ଟି ବ୍ୟବହାର ରେ ଆସୁ ନଥିଲା । ଯାତ୍ରୀ ମାନେ ବସ୍ କୁ ଅପେକ୍ଷା କରିବା ପାଇଁ ବାହାରେ ଅପେକ୍ଷା କରି ରହୁଥିଲେ । ସେହି ଦୁଇ ମହିଳା ଅଳ୍ପ କିଛି ଦିନ ତଳେ ନିକଟସ୍ଥ ହାଇସ୍କୁଲ ପାଖ ଏକ ପାଳ ଗଦାରେ ନିଆଁ ଲଗେଇ ଦେଇଥିବାରୁ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିବା ଏବଂ ରାସ୍ତା କଡ଼ରେ ଏକ ବ୍ୟବହାର ହେଉନଥିବା ପୁରୁଣା କାର ରେ ବିଳମ୍ବିତ ରାତିରେ ନିଆଁ ଲଗେଇ ଦେଇଥିବା ମଧ୍ୟ ଜଣାପଡିଛି । ବିଶ୍ରାମଗାର ସମ୍ମୁଖରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଖ ପାଖରେ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଲିସ ଫାଣ୍ଡି ରହିଛି । କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ସେହି ବିଶ୍ରାମଗାର ଟି ରହିଥିଲା । ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଖରା ବର୍ଷାରେ ଏହି ବିଶ୍ରାମାଗାରରେ ଆଶ୍ରୟ ନିଅନ୍ତି ।
ଏହି ଭଳି ଅବସ୍ଥାରେ ବିଶ୍ରାମଗାର ଟି ରହି ଥିବାରୁ ଲୋକେ ସେଠାରେ ବିଶ୍ରାମ ନେବାକୁ ଭୟ କରୁଥଲେ । ଏତେ ଦୀନ ଧରି ମାନସିକ ବିକୃତ ମହିଳା ଦୁଇ ଜଣ ଏବଂ ଯାତ୍ରୀ ବିଶ୍ରାମଗାର ସ୍ଥାନୀୟ ମେଡ଼ିକାଲ କର୍ମଚାରୀ କିମ୍ବା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଥିଲେ । ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଙ୍କ ଦ୍ବାରା ସଫେଇ କାର୍ଯ୍ଯ କରଯାଇଛି, କିନ୍ତୁ ଦୁଇ ପାଗେଳି ମହିଳା ଙ୍କୁ ବିଶ୍ରାମଗାର ରୁ ବାହାର କଲାପରେ ସେମାନେ ନିକଟସ୍ଥ ଗୋଟିଏ ଗଛ ମୂଳେ ଆଶ୍ରୟ ନେଇଥିବା ଦେଖିବକୁ ମିଳୁଛି । ଏହାକୁ ନେଇ ବ୍ଲକ ର ଗୋଷ୍ଠୀ ସାମାଜିକ ଅଧିକାରୀ ଆନନ୍ଦ ରାଓ (ବି ଏସ୍ ଏସ ଓ) ଙ୍କ ସହ ଯୋଗାଯୋଗ କରିଥିଲୁ, ସେ କହିଥିଲେ ଯେ ସେମାନଙ୍କ ପାରିବାର ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ମେଣ୍ଟାଲ ହସ୍ପିଟାଲ କୁ ନିଆଯିବ ।














