No Result
View All Result
୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଚାଇଲଡ ଲାଇନ ଆଜି ସକାଳ ୬ଟା ସମୟରେ ଏକ ନାବାଳିକା କୁ ନୂଆଗାଁ ରେଳ ଷ୍ଟେସନ ରୁ ଉଦ୍ଧାର କରିଛନ୍ତି । ସୂଚନା ଥାଉକି ଗତକାଲି ବିଳମ୍ବ ରାତିରେ ଏକ ନାବାଳିକା ବାସନ୍ତୀ ଟ୍ରେନରେ ଆସି ନୂଆଗାଁ ଷ୍ଟେସନରେ ବୁଲୁଥିବା ବେଳେ ରେଲୱେ ଷ୍ଟେସନ RPF ପିଲାଟିକୁ ଦେଖିବା ପରେ ତାକୁ ଆଣି ଷ୍ଟେସନରେ ବସାଇଥିଲେ ଏବଂ ଚାଇଲଡ ଲାଇନ କୁ ଖବର ଦେବା ପରେ ଚାଇଲଡି ଲାଇନ୍ କର୍ମକର୍ତ୍ତା ମାନେ ଘଟଣସ୍ଥଳରେ ପହଞ୍ଚି ବାସନ୍ତୀ କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରି ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ସଖୀ କେନ୍ଦ୍ର ରଖାଯାଇଛି ।
ବାସନ୍ତୀ ହିନ୍ଦୀ ଭାଷାରେ କଥା ବାର୍ତ୍ତା କରୁଥିବା ବେଳେ ସେ ଉତ୍ତରପ୍ରଦେଶ ର ପ୍ରୟାଗରାଗ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି । ଉଦ୍ଧାର ସମୟରେ ନୂଆଗାଁ ଷ୍ଟେସନ ମାଷ୍ଟର ସରୋଜ ରାଉତରାୟ, ଆର୍ ପୀ ଏଫ୍ ସୁବ୍ରତ ମହାରଣା, ଚାଇଲଡି ଲାଇନ୍ ର କାଉନସିଲ୍ ର ଚନ୍ଦ୍ରଶେଖର ବେହେରା ଓ ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result