ନିଜ ସାମର୍ଥ୍ୟ ଅନୁସାରେ ଯୌତୁକ ମଧ୍ୟ ଦେଇଥିଲେ । କିଛି ମାସ ପରେ ସ୍ବାମୀ ସହ ଶାଶୁ ଶ୍ୱଶୁର ବୋହୂ କୁ ଏକ ବାଇକ୍ ଆଣିବାକୁ କହିଥିଲେ । ବାପା ଘର ଲୋକେ ବାଇକ୍ ଦେବାକୁ ଅସମର୍ଥ ହୋଇଥିବାରୁ ସ୍ବାମୀ, ଶାଶୁ ଓ ଶଶୁର ତାଙ୍କ ଝିଅ କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ । ଏହି ଘଟଣା କୁ ନେଇ କିଛି ମାସ ହେଲା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ଦୁଇ ମାସ ପୂର୍ବରୁ ତାଙ୍କ ଝିଅ ଘରକୁ ଆଣିଥିଲେ ।
କିଛି ଦିନ ରହିବାପରେ ଝିଅର ସ୍ବାମୀ ଓ ପରିବାରର ବର୍ଗ ସହ ବନ୍ଧୁବାନ୍ଧବ ଙ୍କ ଉପସ୍ଥିତି ରେ ଝିଅକୁ ସେମାନେ ପୁଣି ଶାଶୁ ଘର କୁ ନେଇଯାଇଥିଲେ । ଏହାର ୧୪ ଦିନ ପରେ ଏହି ଘଟଣା ଘଟିଛି । ଝିଅ ର ବାପା କୁ ଏତଲା କୁ ଆଧାର କରି ଲରମ୍ଭା ଥାନା କେଶ ନଂ ୫୩ /୨୩ ଦଫା ୪୯୮(ଏ) ,୩୦୨ ,୩୪ ରେ ଏକ ମାମଲା ରୁଜୁ କରି ସ୍ବାମୀ ସାଧୁ ଚରଣ ଅଟକ ରଖିଥିବା ତଦନ୍ତ କରୁଥିବା ଜଣାପଡିଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

© 2023 Odisha Taza News.