ଦିନରେ ବିଶ୍ରାମ ପରେ ଉପରବେଳା ଚାରିଟାରେ ମା ଜାଗୁଳାଇ ବାଟରେ ଥିବା ମଙ୍ଗଳା ମା ଙ୍କ ବେଢ଼ା ପରିକ୍ରମା କରି ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ । ପୁନଃ ମହାସ୍ନାନ ପରେ ଚିତ୍ରକର ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ମା ଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇ ସନ୍ଧ୍ୟାରେ ଦର୍ଶନ ଦେବେ ବୋଲି ମନ୍ଦିର ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା କହିଛନ୍ତି।ଠାକୁରାଣୀ ଯେଉଁ ରାସ୍ତା ଦେଇ ଗ୍ରାମ ପରିକ୍ରମା କରିବେ ସେହି ରାସ୍ତା ରେ ରହୁଥିବା ଭକ୍ତ ମାନେ ଯଦି ପାରିବେ ନିଜ ଦାଣ୍ଡ ପରିଷ୍କାର ରଖିବା ସହ ପୂର୍ଣକୁମ୍ଭ ଓ ଦୀପଟିଏ ଜାଳି ପାରିବେ,ସମୟ ଅଭାବରୁ କେହି ଦାଣ୍ଡରେ ଭୋଗ ନବାଢିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି। ଆଜିର କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ, ବାଉରୀବନ୍ଧୁ ସାହାଣୀ, ଲୁସେନ୍ ରାୟ ,କମିଟି ସଭ୍ୟ ଜଟଣୀ ନଗରପାଳ ଅନନ୍ତ ବେହେରା,ଶଶିକାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ବୋଲି କମିଟି ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।
© 2023 Odisha Taza News.