ଚନ୍ଦ୍ରଗିରି ଏବଂ ଢେପାଗୁଢା ପଞ୍ଚାୟତର ବହୁ ଆଦିବାସୀ ଗ୍ରାମ ଗୁଡିକରେ ଅଭିଯୋଗ ଶୁଣାଣି କରି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟାକୁ ଶୁଣିଛନ୍ତି ଏବଂ ସମସ୍ୟା ଗୁଡ଼ିକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚରକୁ ନେଇ ସମାଧାନ କରିବା ପାଇଁ ଲକ୍ଷ ରଖିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଆମେ ଦେଖିଛୁ ସାରା ଓଡ଼ିଶାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇ ଆସୁଥିବାବେଳେ ଏହି ଜିଲ୍ଲା ପରିଷଦ ସଭ୍ୟଙ୍କ ଏହା ଏକ ନିଆରା ପ୍ରଚେଷ୍ଟା. ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ,
ମୋହନ ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ଆର. ଉଦୟଗିରି ବ୍ଲକ୍ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସ . ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା ପରେ କହିଛନ୍ତି ସମସ୍ତ ଗ୍ରାମରେ ରାସ୍ତା ଘାଟ,ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ନେଇ ଲୋକେ ଅଭିଯୋଗ କରିଥିଲେ. ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଲିଖିତ ଭାବେ ଅନୁରୋଧ ଜଣାଇବି. ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ସମସ୍ତ ସମସ୍ୟାର ସମାଧାନ ପାଇଁ ମୁଁ ନିଜେ ସାକ୍ଷାତ କରି ଅନୁରୋଧ ଜଣାଇବି. ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଷୋୟୀଙ୍କ ଦୁର୍ଗମ ଅଞ୍ଚଳକୁ ଏହି ଗସ୍ତ ସମୟରେ ଅଞ୍ଚଳବାସୀ ଶଙ୍ଖ ହୁଳହୁଳି ଓ ଫୁଲ ତୋଡ଼ା ଦେଇ ସ୍ୱାଗତ କରି ପାଛୋଟି ନେଉଥିବା ଲକ୍ଷ୍ୟ କରାଯାଇଥିଲା.

© 2023 Odisha Taza News.