• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରକୁ ଏକ ରୋମାଂଚକର ସଂଗୀତ ଅନୁଭୂତି ନେଇଆସିଛି : ସିଗ୍ରାମ୍‌ର ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ବାଦଶାହ, ଜସ୍‌ଲିନ ରୋୟଲ, ଡିନୋ ଜେମ୍ସ ଏବଂ ଡିଜେ ୟୋଗୀଙ୍କ ସଂଗୀତକୁ ମନଖୋଲି ଉପଭୋଗ କଲେ ଦର୍ଶକ

Proprietor Abhimanyu Maharana by Proprietor Abhimanyu Maharana
March 26, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରକୁ ଏକ ରୋମାଂଚକର ସଂଗୀତ ଅନୁଭୂତି ନେଇଆସିଛି  : ସିଗ୍ରାମ୍‌ର ରୟାଲ ଷ୍ଟାଗ୍ ବୁମ୍‌ବକ୍ସ  ବାଦଶାହ, ଜସ୍‌ଲିନ ରୋୟଲ, ଡିନୋ ଜେମ୍ସ ଏବଂ ଡିଜେ ୟୋଗୀଙ୍କ ସଂଗୀତକୁ ମନଖୋଲି ଉପଭୋଗ କଲେ ଦର୍ଶକ
Share on FacebookShare on TwitterWhatsapp

୨୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍‌ର ରୟାଲ ଷ୍ଟାଗ୍‌, ଏକ ପ୍ରଥମ ଧରଣର ସଙ୍ଗୀତମୟ ଅନୁଭୂତି ରୟାଲ୍ ଷ୍ଟାଗ୍ ବୁମ୍‌ବକ୍ସର ଉପସ୍ଥାପନା କରିଛି । ଏହି ସଙ୍ଗୀତ ଅନୁଭୂତି ଭୁବନେଶ୍ୱର, ଓଡିଶାରେ ମାର୍ଚ୍ଚ ୨୫ ତାରିଖ ୨୦୨୩ରେ ଏହାର ୨ୟ ଶୋ’ର ଆୟୋଜନ କରିଛି । ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ମୂଳ ସଙ୍ଗୀତ ପ୍ରସ୍ତୁତ କରିବା, ଏକ ନୂଆ ସାଉଣ୍ଡସ୍କେପ୍ ସୃଷ୍ଟି କରିବା ପାଇଁ ବଲିଉଡର ମେଲୋଡି ଓ ହିପ୍‌ହପ୍‌ର ଗଲି ଭାଇବ୍ ଭଳି ସଙ୍ଗୀତ ଶିଳ୍ପର ଦୁଇଟି ବିପରୀତ ତଥା ଅଲଗା ଦୁନିଆକୁ ଏକତ୍ରିତ କରିଛି । ପ୍ରାୟ ୧୦,୦୦୦ ଲୋକଙ୍କ ଏକ ଉତ୍ସାହିତ ଭିଡ ସହିତ ଭୁବନେଶ୍ୱର ଅନୁଭୂତି ଯୁବସୁଲଭ ଶକ୍ତିର କେନ୍ଦ୍ର ପାଲଟିଥିଲା । କାର୍ଯ୍ୟକ୍ରମର ଭେନ୍ୟୁ (ପ୍ରଦର୍ଶନୀ ପଡିଆ, ଏକାମ୍ର ବିହାର) ଜୀବନ୍ତ ରଙ୍ଗ, ସଂସ୍କୃତିର ବିଭିନ୍ନ ଉପସ୍ଥାପନା, ମର୍ଚ୍ଚାଣ୍ଡାଇଜ୍‌, ଖାଦ୍ୟ ଓ ଦର୍ଶକଙ୍କ ସହ ଜଡିତ ହେବା ପାଇଁ ଏକ ନିଆରା ଅନୁଭୂତି ସହିତ ସୁନ୍ଦର ଭାବେ ସୁସଜ୍ଜିତ ହୋଇଥିଲା । ଇଭେଂଟ୍ ସମୟରେ ମୁଖ୍ୟ ପ୍ରଦର୍ଶନକାରୀଙ୍କ ବ୍ୟତୀତ ଏଠାରେ ଅପରାହ୍ନରେ ସ୍ଥାନୀୟ ବ୍ୟାଣ୍ଡ, ନୃତ୍ୟଶିଳ୍ପୀ, ଫ୍ଲିପର୍ ଓ ବିଟ୍‌ବକ୍ସରଙ୍କ ଅନ୍ୟାନ୍ୟ ଆକ୍ଟ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ସନ୍ଧ୍ୟା ନିକଟତର ହେବା ସହ ଡିଜେ ଯୋଗୀ ମଂଚ ଉପରକୁ ଆସିଥିଲେ ଏବଂ ନିଜର ମାସ୍‌ଅପ୍‌ଗୁଡିକ ସହ ଏହି ସଙ୍ଗୀତ ମହୋତ୍ସବକୁ ଉତ୍ସାହିତ କରିଥିଲେ । ଏହାପରେ ରାପର୍ ଡିନୋ ଜେମ୍‌ସ ଭିଡ ମଧ୍ୟରେ ହିପ୍‌-ହପ୍‌ର ଭାଇବ୍ ବିସ୍ତାର କରିଥିଲେ । ଏହି ସନ୍ଧ୍ୟା ଖୁବ୍‌ଶୀଘ୍ର ଏକ ଶ୍ରୁତିମଧୁର ମୋଡ ନେଇଥିଲା କାରଣ ଗାୟିକା ଜସ୍‌ଲିନ୍ ରୟାଲ ମଂଚରେ ପହଂଚିଥିଲେ ଏବଂ ନିଜ ସ୍ୱରର ଯାଦୁ ଦେଖାଇଥିଲେ । ପରେ ବାଦ୍‌ଶାହଙ୍କ ଅଲ୍ଟିମେଟ୍ ହେଡ୍‌ଲାଇନିଙ୍ଗ୍ ପ୍ରଦର୍ଶନ ସହିତ ଇଭେଂଟ୍ ଏହାର ଶିଖରରେ ପହଂଚିଥିଲା ।ଏହି ସହଭାଗିତାରେ ଉତ୍ସାହିତ ରାପର୍ ବାଦ୍‌ଶାହ କହିଛନ୍ତି, ‘ମୁଁ ରୟାଲ ଷ୍ଟାଗ୍ ବୁମବକ୍ସ ସହ ସହଭାଗିତା କରି ଏବଂ ଭୁବନେଶ୍ୱରରେ ମୋର ଚମତ୍କାର ପ୍ରଶଂସକମାନଙ୍କ ପାଇଁ ପ୍ରଦର୍ଶନ କରିବାର ସୁଯୋଗ ପାଇ ଉତ୍ସାହିତ ରହିଛି । ବର୍ତମାନ ମୋର ସଙ୍ଗୀତ ସହ ଦର୍ଶକଙ୍କୁ ଉତ୍ସାହିତ କରିବା ଏବଂ ଇନ୍ଦୋର ଓ ପୁନେରେ ମଧ୍ୟ ସ୍ମରଣୀୟ ମୁହୂର୍ତ ସୃଷ୍ଟି କରିବା ପାଇଁ ମୁଁ ଅପେକ୍ଷା କରିପାରୁନାହିଁ ।’ ଆର୍ଟିଷ୍ଟ ଡିନୋ ଜେମ୍‌ସ କହିଛନ୍ତି, ‘ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ପ୍ରସ୍ତୁତ କରିଥିବା ଏହି ସ୍ୱତନ୍ତ୍ର ସଙ୍ଗୀତ ଅନୁଭୂତିର ଏକ ଅଂଶ ହେବା ଚମତ୍କାର ଅଟେ । ମୁଁ ଭୁବନେଶ୍ୱରରେ ଲାଇଭ୍ ଅନ୍‌-ଗ୍ରାଉଣ୍ଡ ଶୋ’ ସହିତ ଏହି ଅନନ୍ୟ ଯାତ୍ରାକୁ ଆରମ୍ଭ କରିବା ପାଇଁ ଅପେକ୍ଷା କରିଥିଲି ।’ଗାୟିକା ଜସ୍‌ଲିନ୍ ରୟାଲ ନିଜର ମତବ୍ୟକ୍ତ କରି କହିଛନ୍ତି, ‘ମୁଁ ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ଏବଂ ହିପ୍‌ହପ୍ ଓ ବଲିଉଡ୍ ସଙ୍ଗୀତର ଏହି ସ୍ୱତନ୍ତ୍ର ସେଲିବ୍ରେଶନର ଏକ ଅଂଶ ହୋଇଥିବାରୁ ଖୁବ୍ ଉତ୍ସାହିତ ରହିଛି । ଭୁବନେଶ୍ୱର ଓ ଏହାର ଲୋକମାନେ ଚମତ୍କାର ଦର୍ଶକ ଅଟନ୍ତି, ଏଠାରେ ମୋର ପ୍ରଦର୍ଶନ ସମୟରେ ଦର୍ଶକଙ୍କ ଉତ୍ସାହ ମୋତେ ଖୁବ୍ ଭଲ ଲାଗିଥିଲା ।’ ଡିଜେ ଯୋଗୀ କହିଛନ୍ତି, ‘ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ଭଳି ଏକ ସଙ୍ଗୀତ ମହୋତ୍ସବ ହିପ୍‌-ହପ୍‌ର ଭାଇବ୍ ଓ ବଲିଉଡ୍‌ର ସଙ୍ଗୀତଗୁଡିକ ସହିତ ସଙ୍ଗୀତର ଏକ ନୂଆ ଜେନର୍ ସୃଷ୍ଟି କରୁଥିବାର ଦେଖିବା ଖୁବ୍ ଆନନ୍ଦଦାୟକ ଅଟେ । ମୁଁ ଭୁବନେଶ୍ୱର ଓ ଇନ୍ଦୋରରେ ପ୍ରଦର୍ଶନ କରି ଖୁବ୍ ଉତ୍ସାହିତ ରହିଛି ।’ପର୍‌ନଡ ରିକାର୍ଡ ଇଣ୍ଡିଆର ସିଏମ୍‌ଓ କାର୍ତିକ ମହିନ୍ଦ୍ରା କହିଛନ୍ତି, ‘ରୟାଲ ଷ୍ଟାଗ୍ ସବୁବେଳେ ଦେଶର ଯୁବପିଢିଙ୍କ ଆଗ୍ରହ ସହ ଜଡିତ ହେବାକୁ ପ୍ରୟାସ କରିଥାଏ ଏବଂ ରୟାଲ ଷ୍ଟାଗ୍ ବୁମବକ୍ସ ହେଉଛି ଭବିଷ୍ୟତର ଭାରତ ସହିତ ସଂଯୋଜିତ ହେବା ପାଇଁ ଏକ ଉପଯୁକ୍ତ ପ୍ଳାଟଫର୍ମ । ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ହେଉଛି ରୟାଲ ଷ୍ଟାଗ୍‌ର ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଦର୍ଶନର ଏକ ପ୍ରତ୍ୟକ୍ଷ ବିସ୍ତାର ଯାହାକି ଏକାଠି ହେବା ଓ ନୂଆ ଅନୁଭୂତିଗୁଡିକୁ ଉପଭୋଗ କରିବାର ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଛି ।’ ୱେଭ୍‌ମେକର୍‌ର ସାଉଥ୍ ଏସିଆ-ସିଇଓ ଅଜୟ ଗୁପ୍ତେ କହିଛନ୍ତି, ‘ଏହା ୱେଭ୍‌ମେକର୍ ଓ ପର୍‌ନଡ ରିକାର୍ଡ ମଧ୍ୟରେ ସଙ୍ଗୀତ ଓ ମନୋରଞ୍ଜନ କ୍ଷେତ୍ରରେ ଆଉ ଏକ ଅଭିନବ ସହଭାଗିତା ଅଟେ । ଆମେ ନିଶ୍ଚିତ ଯେ, ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ଦେଶର ସଙ୍ଗୀତପ୍ରେମୀଙ୍କୁ ଆକର୍ଷିତ କରିବ ଏବଂ ଏକ ବିଶାଳ ସଫଳତାରେ ପରିଣତ ହେବ ।’

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version