No Result
View All Result
୨୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି- ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ମୀନକେତନ ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ “ବିଶ୍ଵ ଯକ୍ଷ୍ମା ଦିବସ-୨୦୨୩” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟସମ୍ପ୍ରସାରଣଅଧିକାରୀ(ପିଏଚଇଓ) ମମତା ପାଢ଼ୀ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସଂଯୋଜନା କରି ଦିବସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଯକ୍ଷ୍ମା ରୋଗର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ କିଭଳି ସାବଧାନତା ରହିବାକୁ ହେବ ସେ ସମ୍ପର୍କରେ କହିଥିଲେ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ମୁଖ୍ୟଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗ କିଭଳି ବ୍ୟାପିଥାଏ , ଏହାର ଲକ୍ଷଣ ଓ ନିରାକରଣ ଉପରେ ଉପାଦେୟ ତଥ୍ୟ ପ୍ରଦାନ କରି ଲକ୍ଷଣ ଦେଖା ଦେବା ସନ୍ଦେହ ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଏବଂ ଯକ୍ଷ୍ମା ରୋଗୀ ଔଷଧ ନିୟମିତ ନ ଖାଇ ଅଧାରୁ ବନ୍ଦ କରି ଦେଲେ ତାହା କିଭଳି ସାଂଘାତିକ ଅବସ୍ଥା ଧାରଣ କରିଥାଏ ,
ସେ ସମ୍ପର୍କରେ କହି ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା , ପ୍ରଶାସକ ଶ୍ରୀ ନିର୍ମଳ ଭୂୟାଁ ଏବଂ ଯକ୍ଷ୍ମା ରୋଗ ସୁପରଭାଇଜର ଶ୍ରୀ ଏନ: ଜୟବାବୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଶା ସେବନ ମାଦକ ଦ୍ରବ୍ୟ ବ୍ୟବହାର ଦ୍ଵାରା ଏହା କିଭଳି ଶରୀରର ଫୁସଫୁସକୁ ଆକ୍ରମଣ କରି ମୃତ୍ୟୁ ମୁଖକୁ ଆଣିଥାଏ କହି ଯୁବପିଢି ଏ ସବୁଠାରୁ ଦୂରେଇ ରହି ଯକ୍ଷ୍ମା ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବାକୁ ଆହ୍ବାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ: ଶ୍ରୀ ଏମ: ଖଗେଶ୍ବର ରାଓ , ବିଡିଏମ: ଶ୍ରୀ ମିହିର ନାରାୟଣ ଦାସ , ଏଚଏଲଏଫପିପିଟି: ଶ୍ରୀ ବିଜୟ ଶଙ୍କର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

No Result
View All Result