ଭାରତୀୟ ସମ୍ବିଧାନ ମୌଳିକ ଅଧିକାର ଧାରା ୨୧ର ପ୍ରାବଧାନ ଅନୁସାରେ ଜନସାଧାରଣଙ୍କର ସର୍ବନିମ୍ନ ଆବଶ୍ୟକତା ସ୍ୱଚ୍ଛ ପାନୀୟ ଜଳ, କିସୋରି ବାଳିକା ମାନଙ୍କର ପୁଷ୍ଟିଯୁକ୍ତ ଖାଦ୍ୟ, ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମାଆ ମାନଙ୍କର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ସମ୍ବଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ଜରିଆରେ ୩ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ, ଅଚଳଥିବା ନଳକୂପ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରାଇବା,
ଅଙ୍ଗୱାଡ଼ି ଭିତ୍ତିଭୂମି ସହ ଶୌଚାଳୟ ନିର୍ମାଣ, ଶିକ୍ଷା ସ୍ବାସ୍ଥ୍ୟ ସମ୍ପର୍କେ ସଚେତନତା, ବାଳିକାମାନଙ୍କୁ ନିୟମିତ ଭାବେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା,ସ୍କୁଲ ଛାଡ଼ିଥିବା କିଶୋରୀ ମାନଙ୍କୁ ପୁନଃ ଶିକ୍ଷାଗ୍ରହଣର ବ୍ୟବସ୍ଥା ଭଳି ବିଭିନ୍ନ ଦାବୀ ଗୁଡ଼ିକ ଦାବୀପତ୍ରରେ ଉଲ୍ଲେଖ ରହିଛି । ଜିଲ୍ଲା ପରିଚାଳକ ଆଶିଷ କୁମାର ବେହେରା,ବ୍ଲକ ସଂଯୋଜକ ସୁଶାନ୍ତ କୁମାର ପଟ୍ଟନାୟକ,ଜନସାଥି ଆୟୁବ ମଣ୍ଡଳ,ଯୋଷିଏଲ୍ ରଇତ,ଡେବିଡ ରଇତଙ୍କ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଥିବା ବେଳେ ଶୃଙ୍ଖଳା ରକ୍ଷା ନିମନ୍ତେ ଖଜୁରୀପଦା ଫାଣ୍ଡି ଅଧିକାରୀ ଡି.ଗଜପତି ଦୋରା ସଦଳବଳେ ଉପସ୍ଥିତ ଥିଲେ ।

© 2023 Odisha Taza News.